ପିକଅପ୍‌ ଭ୍ୟାନ ସହ ଗଞ୍ଜେଇ ଜବତ

ବାଲିଗୁଡା,(ସଞ୍ଜୟ କୁମାର ପାଣିଗ୍ରାହୀ):କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡି ପୋଲିସ ଦାରିଙ୍ଗବାଡିର ବଇନ ଶଙ୍ଖ ନିକଟରେ ବ୍ଲକିଂ କରି ଯାଞ୍ଚ କରୁଥିଲା ସେଠାରେ ଯାଞ୍ଚ ବେଳେ ଗଞ୍ଜେଇ ଥିବା ଜାଣିବାକୁ ପାଇଥିଲା । ଏକ ମାଲବାହୀ ମାକ୍ସ ପିକଅପ ଗାଡିକୁ ଅଟକାଇବା ସହ ୨ ଯୁବକଙ୍କୁ କାବୁ କରିଛି । ସୂଚନା ଅନୁଯାୟୀ, ଗୋଟିଏ ମ୍ୟାକ୍ସ ପିକଅପ ମାଲ ବୁହା ଗାଡ଼ି ନଂ. ଓଡ଼ି-୦୪-ଏଲ- ୩୦୮୯ ରେ ତିଲୋରୀ ଅଞ୍ଚଳରୁ ୧ କୁଇଣ୍ଟାଲ ଗଞ୍ଜେଇ ନେଇ ବ୍ରହ୍ମପୁର ଅଭିମୁଖେ ଯାଉଥିଲା l ଏଥିରେ ସମ୍ପୃକ୍ତି ଦୁଇଜଣଙ୍କୁ ପୋଲିସ ଗିରଫ କରିଛି। ଗିରଫ ବ୍ୟକ୍ତି ହେଲେ ଦାରିଙ୍ଗବାଡି ବ୍ଲକ ତିଲୋରୀ ପଞ୍ଚାୟତ ଜଗେରମାହା ଗ୍ରାମର ଏଲିଆସ ଦିଗାଲ ଏବଂ ଉକ୍ତ ଅଞ୍ଚଳର ସନୋଜ ପ୍ରଧାନ। କୌଣସି ସୂତ୍ରରୁ ଖବର ପାଇ ପୋଲିସ ଦିନ ଦିପହରରେ ପୋଲିସକୁ ଚକମା ଦେଇ ଗଂଜେଇ ଚୋରା ଚାଲାଣ କରୁଥିବା ଯୁବକଙ୍କୁ ଏବେ ମହଙ୍ଗା ପଡିଛି । ଅନ୍ୟଅଟେ ଏହି ଗଞ୍ଜେଇ କାରବାରରେ ଆଉ କେଉଁ କେଉଁ ମାନଙ୍କର ସମ୍ପୃକ୍ତି ରହିଛି, ମାଲବୁହା ଗାଡିଟି କାହାର, ସେ ନେଇ ପୋଲିସ ଟିକିନିଖି ତଦନ୍ତ ଆରମ୍ଭ କରିଛି l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ