ପିକଅପ ଧକ୍କାରେ ଜଣେ ଗୁରୁତର
ଗଞ୍ଜାମ, (ବିନୋଦ ପଲାଇ):ରମ୍ଭା ଥାନା ଅନ୍ତର୍ଗତ ଜାତୀୟ (୧୬)ରେ ଥିବା ତାମିଲ ଢ଼ାବା ନିକଟରେ ଏକ ପିକଅପ ଧକ୍କାରେ ଜଣେ ଗୁରୁତର ଆହତ। ଆହତ ବ୍ୟକ୍ତି ଜଣଙ୍କ ହେଲେ ଗୋଳନ୍ଥରା ଗ୍ରାମର ରଘୁନାଥ ନାହାକ(୪୫) । ରଘୁନାଥ ଗଞ୍ଜାମ ବ୍ଳକ ଅନ୍ତର୍ଗତ ଗୌରାଙ୍ଗପାଟଣା ଗ୍ରାମର ସମ୍ପର୍କୀୟ ଘରକୁ ଆସି ନିଜ ଗ୍ରାମକୁ ଫେରିବା ପୂର୍ବରୁ ରଘୁନାଥ ଢ଼ାବା ନିକଟରେ ଦୂରରେ ଏକ ଦ୍ରୁତଗାମୀ ପିକଅପ(ଓଡ଼ି ୦୨ ଏଏଚ ୬୮୯୯) ରଘୁନାଥଙ୍କ ପଛପଟୁ ଧକ୍କା ଦେବା ଫଳରେଘଟଣାସ୍ଥଳରେ ସେ ଗୁରୁତର ହୋଇଥିଲେ ।ସ୍ଥାନୀୟ ଲୋକେ ଘଟଣାସ୍ଥଳରୁ ଉଦ୍ଧାର କରି ଚିକିତ୍ସା ପାଇଁ ମେଡିକାଲ ପଠାଇଥିଲେ। ରମ୍ଭା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ପିକଅପ ଓ ଡ୍ରାଇଭରକୁ ଅଟକ ରଖିଛି। ।ଏନେଇ ରମ୍ଭା ଥାନାରେ କେଶ ନଂ:୧୦୫/୨୩ ମାମଲା ରୁଜ୍ଜୁ କରି ଏସ.ଆଇ ଶରତ କୁମାର ଦାଶ ଏହାର ତଦନ୍ତ କରୁଥିବା ଜଣାପଡ଼ିଛି ।


