ପିକଅପ ଧକ୍କାରେ ବାଇକ ଆରୋହି ମୃତ, ଜଣେ ଗୁରୁତର
ନବରଙ୍ଗପୁର,(ୱାଇଏନଏସ): ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ ଦୁଲପୁର ଦେଇଯାଇଥିବା 26 ନମ୍ବର ଜାତୀୟ ରାଜପଥରେ ସନ୍ଧ୍ୟାରେ ଏକ ପିକ ଅପ ଧକ୍କାରେ ଜଣେ ବାଇକ ଚାଳକଙ୍କ ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ହୋଇଛନ୍ତି। ପାପଡାହାଣ୍ଡି ଆଇଆଇସି ଦୀପକ କୁମାର ଜେନା ଘଟଣାସ୍ଥଳରେ ପହଂଚି ତଦନ୍ତ ଆରମ୍ଭ କରି ଉଭୟଙ୍କୁ ଉଦ୍ଧାର କରିଛନ୍ତି । ସୂଚନା ଅନୁଯାୟୀ ଏକ ପିକଅପ ଭ୍ୟାନ ନମ୍ବର ଡବ୍ଲୁବି 17ଏନ 3983 କୋଣ୍ଡାଗାଁ ଠାରୁ ପଶ୍ଚିମବଙ୍ଗ କୁ ଯାଉଥିଲା । ବିପରୀତ ଦିଗରୁ ଏକ ବାଇକ ଯୋଗେ ନବରଙ୍ଗପୁର ଥାନା ବି ମାଲିଗୁଡା ଗ୍ରାମର ଜୟନ୍ତ କୁମାର ମାଝୀ (30) ଓ ସତ୍ୟପ୍ରିୟ ନାୟକ (40) ଏକ ବାଇକ ଓଡି 24ଏଲ 7946 ଯୋଗେ ଘରକୁ ଫେରୁଥିଲେ ।ଏହି ସମୟରେ ଦୁଲପୁର ଛକ ନିକଟରେ ପିକଅପ ଓ ବାଇକ ମଧ୍ୟରେ ମୁହାଁମୁହି ଧକ୍କା ହେବାରୁ ଘଟଣାସ୍ଥଳ ରେ ଜୟନ୍ତ କୁମାର ମାଝୀ ଙ୍କ ମୃତ୍ୟୁ ଘଟିଥିଲା ବେଳେ ସତ୍ୟପ୍ରିୟ ଗୁରୁତର ହୋଇ ରାସ୍ତା କଡ଼ ରେ ଛିଟିକି ପଡିଥିଲେ ।ଗ୍ରାମବାସୀ ଏନେଇ ପାପଡାହାଣ୍ଡି ପୋଲିସ ଖବର ଦେବା ପରେ ପୋଲିସ ପହଞ୍ଚି ଦୁହେଁ କୁ ଉଦ୍ଧାର କରି ପାପଡାହାଣ୍ଡି ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ର ଠାରେ ଭର୍ତ୍ତି କରିଥିଲେ ।ଡାକ୍ତର ଜୟନ୍ତ କୁ ମୃତ ଘୋଷଣା କରିବା ବେଳେ ସତ୍ୟପ୍ରିୟ କୁ ପ୍ରାଥମିକ ଚିକିତ୍ସା ପରେ ଉନ୍ନତ ଚିକିତ୍ସା ପାଇଁ ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଲୟ କୁ ସ୍ଥାନାନ୍ତର କରାଯାଇଛି. ପିକଅପ ଭ୍ୟାନଟି ଦୁର୍ଘଟଣା ପରେ ଫେରାର ହୋଇଯାଇଛି । ମୈଦାଲପୁର ପୋଲିସ ପିକଅପ କୁ ଅଟକାଇ ରଖିଥିଲେ ପରେ ପାପଡାହାଣ୍ଡି ଥାନା ଅଧିକାରି ଦୀପକ କୁମାର ଜେନା ପହଂଚି ପିକଅପର ଡ୍ରାଇଭର ଓ ହେଲ୍ପରକୁ ଥାନାରେ ଆଣି ପଚରା ଉଚରା କରୁଛନ୍ତି।