ପିକଅପ ଭ୍ୟାନ୍ ଧକ୍କାରେ ସାଇକେଲ ଆରୋହୀ ଙ୍କ ମୂତ୍ୟୁ

ସାନଖେମୁଣ୍ଡି, (ପଦ୍ମଲୋଚନ ପାଣିଗ୍ରାହୀ) :-ପାଟପୁର ଥାନା ଅନ୍ତର୍ଗତ ପଳାସପୁର ଗ୍ରାମ ଆମ୍ବ ତୋଟା ନିକଟରେ ଶନିବାର ସକାଳ ସାଢେ ୬ ଘଣ୍ଟା ସମୟରେ ଏକ ମାଲ ବୋଝେଇ ପିକଅପ ଭ୍ୟାନ୍ ଧକ୍କାରେ ଜଣେ ସାଇକେଲ ଆରୋହୀଙ୍କ ମୂତ୍ୟୁ ହୋଇଥିବା ଜଣା ପଡ଼ିଛି । ମୃତ ସାଇକେଲ ଚାଳକ ହେଲେ ସାନଖେମୁଣ୍ଡି ବ୍ଲକ ପଳାସପୁର ଗ୍ରାମର ନରସିଂହ ସାହୁ( ୫୪) ନରସିଂହ ଆଜି ସକାଳୁ ନିଜ ଚାଷ ପଦର କୁ ଅଲଡି ତୋଳୀବା ପାଇଁ ସାଇକେଲ ଯୋଗେ ଯାଉଥିବା ବେଳେ ସେହି ସମୟରେ ପଳାସପୁରରୁ ଡେଙ୍ଗାଓସ୍ତା ଅଭିମୁଖେ ଯାଉଥିବା ଦ୍ରୁତଗାମୀ ଭ୍ୟାନଟି ( ଓଡି୦୫ ଏମ୍ ୬୮୮୦ ) ତୋଟା ନିକଟରେ ସାଇକେଲ ଆରୋହୀଙ୍କ ପଛପଟୁ ଧକ୍କା ଦେଇଥିଲା । ଏହାପରେ ଗାଡି ଚାଳକ ଭାରସାମ୍ୟ ହରାଇ ଏକ ଗଛରେ ପିଟି ଦେବାସହ ଗାଡ଼ିଟି ଓଲଟି ପଡିଥିଲା । ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ପ୍ରକାରେ ଗାଡ଼ି ଚାଳକ ଜଣକ ମୋବାଇଲରେ କଥା ହୋଇ ଗାଡ଼ି ଚଳାଉଥିବା କାରଣରୁ ଏଭଳି ଦୁର୍ଘଟଣା ଘଟିଥିଲା । ଘଟଣାପରେ ସେଠାରେ ଥିବା କିଛି ଗ୍ରାମବାସୀ ନରସିଂହ ଙ୍କୁ ଗୁରୁତର ଆହତ ଅବସ୍ଥାରେ ଉଦ୍ଧାର କରି ଅଟୋ ଯୋଗେ ପ୍ରଥମେ ଦିଗପହଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ପ୍ରାଥମିକ ଚିକିତ୍ସା ନିମନ୍ତେ ଭର୍ତ୍ତି କରାଇଥିଲେ । ପରେ ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ ବ୍ରହ୍ମପୁର ବଡ଼ ମେଡିକାଲ ସ୍ଥାନାନ୍ତର କରାଯାଇଥିଲା । ସେଠାରେ ଉପସ୍ଥିତ ଡାକ୍ତର ମୃତ ଘୋଷଣା କରିଥିବା ଜଣାପଡ଼ିଛି । ପାଟପୁର ପୋଲିସ ଖବର ପାଇ ଘଟଣା ସ୍ଥଳରେ ପହଞ୍ଚି ଦୁର୍ଘଟଣାଗ୍ରସ୍ତ ଗାଡି ଜବତ କରିବା ସହ ଚାଳକକୁ ଥାନାରେ ଅଟକ ରଖିଥିବା ଜଣାପଡିଛି । ଏନେଇ ଥାନା ପକ୍ଷରୁ ଏକ ମାମଲା ରୁଜୁ କରାଯାଇ ତଦନ୍ତ ଚଳାଇଥିବା ଥାନା ଅଧିକାରୀ ସବ୍ୟସାଚୀ ମଲ୍ଲଙ୍କ ଠାରୁ ସୂଚନା ଦିଆଯାଇଛି ।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ