ପିକଅପ ଭ୍ୟାନ ଉପରେ ଓଲଟିଲା ଟିପ୍ପର , ଭ୍ୟାନ ଡ୍ରାଇଭର ମୃତ

କୋରାପୁଟ,(ହେମନ୍ତ କୁମାର ପାଣିଗ୍ରାହୀ) କୋରାପୁଟ ଜିଲ୍ଲାର ସୁନାବେଡ଼ା ୨୬ ନଂ ଜାତୀୟ ରାଜପଥର ଦୁରୁଗୁଡ଼ା ନିକଟରେ ଏକ ଟିପ୍ପର ଅନ୍ୟ ଏକ ମିନି ପିକଅପ ଭ୍ୟାନ ଉପରେ ଓଲଟି ପଡ଼ିବାରୁ ଚାପି ହୋଇ ପିକଅପ ଡ୍ରାଇଭର ବିଷ୍ଣୁ ସିଂ(୩୬)ଙ୍କ ମୃତ୍ୟୁ ହୋଇଛି। ପିକଅପ ଭ୍ୟାନ କୋରାପୁଟ ଠାରୁ ସିମେଣ୍ଟ ଓ ଲୁହା ଛଡ଼ ନେଇ ଡୁମୁରିପୁଟ ଯାଉଥିବା ବେଳେ ଦୁରୁଗୁଡା ନିକଟରେ ନିର୍ମାଣାଧୀନ କଲଭର୍ଟରେ ଗୋଡ଼ି ଅନଲୋଡ କରି ବାହାରିବା ସମୟରେ ଭାରସାମ୍ୟ ହରାଇ ପିକଅପ ଭ୍ୟାନ ଉପରେ ଓଲଟି ପଡିଥିଲା। ଫଳରେ ଭ୍ୟାନ ଚାଳକଙ୍କ ମୃତ୍ୟୁ ହୋଇଥିଲା। ଦୁର୍ଘଟଣା ପରେ ରାସ୍ତା ଜାମ ହେବାରୁ ଜାତୀୟ ରାଜପଥର ଉଭୟ ପାର୍ଶ୍ଵରେ ଶହ ଶହ ଗାଡ଼ି ଅଟକି ରହିଥିବାରୁ କୋରାପୁଟ ସୁନାବେଡ଼ା ମଧ୍ୟରେ ୨ ଘଣ୍ଟାରୁ ଉର୍ଦ୍ଧ୍ବ ଯାତାୟତ ବନ୍ଦ ରହିଥିଲା । ଦୁର୍ଘଟଣା ସ୍ଥଳରେ ଡୁମୁରିପୁଟ ଫାଣ୍ଡି ଅଧିକାରୀ କୃଷ୍ଣ ଚନ୍ଦ୍ର ମିଶ୍ରଙ୍କ ସହ କୋରାପୁଟ ଟାଉନ ଥାନା କର୍ମଚାରୀ , ଓଡରାଫ ଟିମ ସହ ଦୁର୍ଘଟଣା ସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରିଥିଲେ । ରାଜପଥରୁ ଉଭୟ ଗାଡ଼ି ହଟାଇବା ପରେ ଯାତାୟତ ସ୍ବାଭାବିକ ହୋଇଥିଲା।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ