ପିକନିକ ବସ୍ ଓଲଟି ୨୦ ରୁ ଉର୍ଦ୍ଧ୍ୱ ଗୁରୁତର

ମୋହନା,(ଯୁଗାବ୍ଦ ନ୍ୟୁଜ୍‌): ତପ୍ତପାଣି ଘାଟି ନିକଟରେ ପିକନିକ୍ ବସ୍ ଓଲଟି ୨୦ ରୁ ଉର୍ଦ୍ଧ୍ୱ ଆହାତ ହୋଇଛନ୍ତି । ଆହାତ ମାନଙ୍କୁ ଆମ୍ବୁଲାନ୍ସ ଯୋଗେ ଦିଗପହଣ୍ଡି ମେଡିକାଲରେ ଭର୍ତ୍ତିକରାଯାଇଛି । ମିଳିଥିବା ସୂଚନା ଅନୁଯାୟୀ କଟକ ରେଭେନ୍ସା ୟୁନିଭରସିଟିର ଏମ୍‌.ସି.ଏ ପିଜି ଛାତ୍ରଛାତ୍ରୀ ମାନେ ନେହା ନିଖିତା ନାମକ ବସ ଗାଡି ନଂ ଜିରୋ . ଆର ଏ. ଡବ୍ଲ୍ୟୁ ୩୬୬୩ ବସରେ ଗଜପତି ଜିଲ୍ଲା ଗଣ୍ଡାହାତି ପକନିକ୍ ଆସିିଥିଲେ । ସୋମବାର ଗଣ୍ଡାହାତୀରୁ ସଂନ୍ଧ୍ୟା ସମୟରେ ଫେରୁଥିବା ସମୟରେ ତପ୍ତପାଣି ଘାଟି ନିକଟରେ ଡ୍ରାଇଭର ଭାରସାମ୍ୟ ହରାଇବାରୁ ବସଟି ରାସ୍ତା କଡକୁ ଓଲଟି ପଡିଛି । ବସରେ ୬୦ ଜଣ ବିଦ୍ୟାର୍ଥୀ ଆସିଥିବା ସୂଚନା ମିଳିଥିବା ବେଳେ ସେଥିରୁ ୨୦ ରୁ ଉର୍ଦ୍ଧ୍ୱ ଗୁରୁତର ଆହାତ ହୋଇଥିବା ସୂଚନା ମିଳିଛି । ଘଟଣା ସ୍ଥଳରେ ପାଟପୁର ପୋଲିସ ଓ ଦମକଳ ବାହିନୀ ପହଞ୍ଚି ବିଦ୍ୟାର୍ଥୀ ମାନଙ୍କୁ ଉଦ୍ଧାର କରି ଦିଗପହଣ୍ଡି ମେଡିକାଲରେ ଭର୍ତ୍ତିକରାଯାଇଛି । ଘଟଣା ସ୍ଥଳରୁ ଗାଡି ଡ୍ରାଇଭର ଚମ୍ପଟ ମାରିଥିବା ସୂଚନା ମିଳିଛି । ପାଟପୁର ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ