ପିକ୍ଅପ୍ ସ୍କୁଟି ମୁହାଁମୁହିଁ ; ଜଣେ ଗୁରୁତର

ବେଲଗୁଣ୍ଠା, (ସନ୍ତୋଷ ବିଷୋୟୀ): ଆଜି ଅପରାହ୍ଣ ତିନି ଘଣ୍ଟ ସମୟରେ ଭଞ୍ଜନଗର ଉପଖଣ୍ଡ ଚିକିତ୍ସାଳୟରେ କାର୍ଯ୍ୟରତ କୋଭିଡ ଫାର୍ମାସିଷ୍ଟ ଆଦିତ୍ୟ ପୋଲାଇ (୨୪) କାମ ସାରି ନିଜ ଗ୍ରାମ ହିଞ୍ଜିଳି ଫେରୁଥିବା ସମୟରେ ଆମ୍ବଡୋଳି ଛକ ଠାରେ ବିପରୀତ ଦିଗରୁ ଏକ ପିକ୍ଅପ୍ ଭ୍ୟାନ୍ (OD17K1399) ଦ୍ରୁତ ଗତିରେ ଆସି ଆଦିତ୍ୟଙ୍କ ହୋଣ୍ଡା ଆକ୍ଟିଭା ଗାଡି (OD07AF6875) କୁ ସାମନା ପଟୁ ଧକ୍କା ଦେଇଥିଲା I ଦୂର୍ଘଟଣା ପରେ ପିକ୍ଅପ୍ ଛାଡି ଡ୍ରାଇଭର ଫେରାର ହୋଇଯାଇଥିବା ବେଳେ ସ୍ଥାନୀୟ ଲୋକେ ଆଦିତ୍ୟକୁ ଉଦ୍ଧାର କରି ଭଞ୍ଜନଗର ମେଡିକାଲକୁ ପଠାଇଥିଲେ I ଆଦିତ୍ୟଙ୍କ ଡାହାଣ ଗୋଡ, ମୁଣ୍ଡ, ଛାତିକୁ ଗଭୀର ଆଘାତ ଲାଗିଥିବା ବେଳେ ତାଙ୍କ ଅବସ୍ଥା ଗୁରୁତର ଥିବା ଜଣା ପଡିଛି I ଖବର ପାଇ ଘଟଣା ସ୍ଥଳରେ ଗାଙ୍ଗପୁର ପୋଲିସ୍ ପହଞ୍ଚି ଗାଡିକୁ ଜବତ କରିବା ସହ ଘଟଣାର ତଦନ୍ତ ଜାରି ରଖିଛି I

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ