ପିକ୍ଅପ ଧକ୍କାରେ ବାଇକ ଆରୋହୀ ମୃତ

ରାଇରଙ୍ଗପୁର, (ଅକ୍ଷ୍ୟ କୁମାର ବିଶ୍ୱାଳ) :ମୟୂରଭଂଜ ଜିଲ୍ଲାର ବହଳଦା ଥାନା ଅନ୍ତର୍ଗତ ଗମ୍ଭାରିଆ ଛକ ଗଡାଣିଆ ରାସ୍ତାରେ ଏକ ବାଇକ ସହ ପିକଅପ ଧକ୍କାରେ ଘଟଣାସ୍ଥଳରେ ବାଇକ ଆରୋହୀ ମୃତ ହୋଇଥିବା ଅଭିଯୋଗ ହୋଇଛି । ସୂଚନାଯୋଗ୍ୟ ବହଳଦା ଥାନା ଅନ୍ତର୍ଗତ ବାସିଙ୍ଗି ପଞ୍ଚାୟତର ସୁକୁଲାଲ ସର୍ଦାର(୩୫) ମଟର ସାଇକେଲ ଯୋଗେ ଶଶୁର ଘର ହଳଦା ଗାଁକୁ ଯାଉଥିବାବେଳେ ସାମନାପଟୁ ଏକ ପିକଅପ ଭେନ ସହ ମୁହାଁମୁହିଁରେ ବାଇକ ଚାଳକ ସୁକଲାଲ ରାସ୍ତାରେ ଘୋଷାରି ଘୋଷାରି ହୋଇ ଛିଟକି ପଡିଥିଲା ଘଟଣାସ୍ଥଳରେ ଯୁବକର ମୃତ୍ୟୁ ହୋଇଥିଲା । ପିକଅପ ଭେନ ଖସି ପଳାଉଥିବାବେଳେ ବହଳଦାରେ ବହଳଦା ପୋଲିସ କୌଣସି ସୂତ୍ରରୁ ଖବର ପାଇ ପିକଅପ ଭେନକୁ ଅଟକ ରଖିବା ସହ ତଦନ୍ତ କରୁଛି । ମୃତକକୁ ପୋଲିସ ଉଦ୍ଧାର କରି ଶବ ବ୍ୟବଛେଦ ପାଇଁ ରାଇରଙ୍ଗପୁର ହସ୍ପିଟାଲରେ ଶବଗୃହରେ ରଖାଇଛି । ଘଟଣାଟି ବୁଧବାର ଦିନ ସଂଧ୍ୟାରେ ଶାଢେଛଅଟା ପାଖାପାଖି ସମୟରେ ହୋଇଛି । ମାମଲା ରୁଜୁ ହୋଇନାହିଁ । ନୂଆ ବର୍ଷର ଆରମ୍ଭରୁ ୫ ଦିନ ମଧ୍ୟରେ ବାମନଘାଟୀ ଉପଖଣ୍ଡରେ ରାସ୍ତା ଦୁର୍ଘଟଣାରେ ୩ ମୁଣ୍ଡ ଗଡିଲାଣି । ମୃତକର ଦୁଇଟି ସାନ ଛୁଆ ଅଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ