ପିକ୍‌ଅପ୍ ଭ୍ୟାନ୍ ଧକ୍କାରେ ଦୁଇଜଣଙ୍କ ମୃତ୍ୟୁ

 

ବାଲିଗୁଡା,(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ତୁମୁଡ଼ିବନ୍ଧ ଥାନା ମୁଣ୍ଡିଗଡ଼ ପଞ୍ଚାୟତ ଲଦର୍‌ଗାଁ ନିକଟରେ ପିକ୍‌ଅପ୍ ଭ୍ୟାନ୍ ଧକ୍କାରେ ଦୁଇଜଣ ପ୍ରାଣ ହରାଇଥିବା ବେଳେ ଦୁଇଜଣ ଗୁରୁତର ହୋଇଛନ୍ତି। ମୃତକମାନେ ହେଲେ ଶେଷର ଗାଁର ଚମ୍ପାଳ ପାଟମାଝୀ ଓ ରିବିଶ ପାଟମାଝୀ। ଗୁରୁତର ନାଙ୍ଗୁ ମୁଠାମାଝୀ ଓ ମେଟଲା ପାଟମାଝୀଙ୍କୁ ଫୁଲବାଣୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଗୁରୁତର ଅବସ୍ଥାରେ ଭର୍ତ୍ତି କରାଯାଇଛି। ସୂଚନା ପ୍ରକାରେ କରୋନା ଟିକା ନେବା ଲାଗି ୪ଜଣ ଭଣ୍ଡରଙ୍ଗି ପଞ୍ଚାୟତରୁ ତୁମୁଡ଼ିବନ୍ଧ ଡାକ୍ତରଖାନାକୁ ଆସିଥିଲେ। ଟିକା ନେଇସାରିବାପରେ ସେମାନେ ଚାଲି ଚାଲି ଭଣ୍ଡରଙ୍ଗିକୁ ଫେରୁଥିବା ସମୟରେ ହଠାତ୍ ପଛରୁ ଏକ ପିକ୍‌ଅପ୍‌ ଭ୍ୟାନ୍ ଆସି ସେମାନଙ୍କୁ ଧକ୍କା ଦେଇଥିଲା। ଘଟଣାସ୍ଥଳରେ ହିଁ ଚମ୍ପାଳ ଓ ରିବିଶଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଦୁଇଜଣ ନାଙ୍ଗୁ ଓ ମେଟଲା ଗୁରୁତର ହୋଇଥିଲେ। ସେମାନଙ୍କୁ ତୁମୁଡ଼ିବନ୍ଧ ଡାକ୍ତରଖାନାରେ ପ୍ରାଥମିକ ଚିକିତ୍ସା ପରେ ଫୁଲବାଣୀ ପଠାଯାଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ