ପିଙ୍ଗଳ ଗ୍ରାମରେ ସତସଙ୍ଗ ଭବନ ଉଦଘାଟିତ
କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ) :-କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ପିଙ୍ଗଳ ଗ୍ରାମର ଦିବ୍ୟ ଜୀବନ ସଙ୍ଘ ଶିବାନନ୍ଦ ଆଶ୍ରମ ପରିସରରେ ‘ଶିବାନନ୍ଦ ସତସଙ୍ଗ ଭବନ’ ଆଶ୍ରମର ପ୍ରତିଷ୍ଠାତ୍ରୀ ଶ୍ରୀମା ସ୍ୱାମୀ ଦିବ୍ୟ ସ୍ୱରୂପାନନ୍ଦ ସରସ୍ୱତୀଙ୍କ ଦ୍ୱାରା ଅନୁଷ୍ଠିତ ହୋଇଯାଇଛି । ଭକ୍ତମାନଙ୍କ ଦ୍ୱାରା ଭଜନ କୀର୍ତ୍ତନ ସମେତ ଗଗନ ଆଚାର୍ଯ୍ୟଙ୍କ ଦ୍ୱାରା ଏକଦିନାତ୍ମକ ଗୀତାଯଜ୍ଞ ମଧ୍ୟ ଅନୁଷ୍ଠିତ ହୋଇଥିଲା । ଏଥିରେ ତନାର ସଙ୍କୀର୍ତ୍ତନ ମଣ୍ଡଳୀର ମୁଖ୍ୟ ନାରାୟଣ ପ୍ରଧାନ, କୁପା ପ୍ରଧାନ, ଲୋକନାଥ ବାରିକ, ପାଗଳା ସିଂ ପ୍ରମୁଖ କୀର୍ତ୍ତନ କରିଥିଲେ । ପ୍ରଫେସର ଭଗବାନ ପତ୍ରୀ, ପ୍ରତାପ ପରିଡା, ସୁନାକର ରାଉତ, ଶ୍ରୀଧର ରାଉତ, ପ୍ରଭାତ ପରିଡା, ନୃସିଂହ ଦାସ, ନରେନ୍ଦ୍ର ପରିଡା, କ୍ଷୀରୋଦ ପରିଡା, ଅଜୟ ପରିଡା, ପୁରୁଷୋତ୍ତମ ଖଟୁଆ, ଧୁଣ୍ଡା ବାରିକ, ଶଙ୍କର ସାହୁ, ପୁନମ ନାୟକ, ଗଗନ ସିଂ, ନିକୁଞ୍ଜ ଭାଇ, ସାବିତ୍ରୀ ପରିଡା, ପିଙ୍ଗଳ ଗ୍ରାମର ମୃତ୍ୟୁଞ୍ଜୟ ପରିଡାଙ୍କ ସମେତ ପିଙ୍ଗଳ ଗ୍ରାମବାସୀଙ୍କ ସହଯୋଗରେ ଏହି କାର୍ଯ୍ୟକ୍ରମ ସମାପନ ହୋଇଥିଲା । ଆଶ୍ରମର ଅନ୍ତେବାସୀ ଗଉରୀ ମା, ଗାୟତ୍ରୀ ମା, ସୀତା ମା ପ୍ରମୁଖ ସମସ୍ତ ପୂଜାର୍ଚ୍ଚନାରେ ଅଂଶଗ୍ରହଣ କରିଥିଲେ ।