ପିଚୁ ରାସ୍ତା କାର୍ଯ୍ୟ ନିମ୍ନମାନର
ବନ୍ତ, (ଚାନ୍ଦିନୀ ମହାନ୍ତି) :-ବନ୍ତ ବ୍ଲକ ରାମପୁର ପଞ୍ଚାୟତ କୁସୁପଦୀ ଶିଶୁ ମନ୍ଦିର ଠାରୁ କୁଣ୍ଡଳା ପୃଷ୍ଟିଘର ପର୍ଯ୍ୟନ୍ତ ପିଚୁ ରାସ୍ତା କାର୍ଯ୍ୟ ନିମ୍ନମାନର ଅଭିଯୋଗ ହୋଇଛି । ଉକ୍ତ ରାସ୍ତା ଦେଇ ଦୈନନ୍ଦିନ ୫ ହଜାର ଲୋକ ଯିବା ଆସିବା କରିଥାନ୍ତି । କୁଣ୍ଡଳା, କଳାହାଣ୍ଡିଆ, ରାମପୁର, ବାଲୋ ଶାସନ ସମେତ ଭଦ୍ରକ ବ୍ଲକର ବେତଡା ଗ୍ରାମବାସୀ ମାନେ ଏହି ରାସ୍ତା ଉପରେ ନିର୍ଭର କରିଥାନ୍ତି । ଏହି ରାସ୍ତା ଦେଇ ଭଦ୍ରକ ସଦର ମହକୁମା ସମେତ ବାରିକପୁର ଛକକୁ ଲୋକେ ଯିବା ଆସିବା କରିଥାନ୍ତି । ବର୍ତ୍ତମାନ ନିର୍ବାଚନ ସମୟ ଥିବା ବେଳେ ଲୋକ ମାନେ ବ୍ୟସ୍ତ ଥିବାରୁ ଏହାର ସୁଯୋଗ ନେଇ ଠିକାଦର ଅଧିକ ଲାଭ ଆଶାରେ କାର୍ଯ୍ୟକୁ ନିମ୍ନମାନର କରୁଥିବା ଜଣାଯାଇଛି । ବିଭାଗୀୟ ଅଧିକାରୀ ଏଥିପ୍ରତି ଦୃଷ୍ଟି ଦେଇ ତଦନ୍ତ ପୂର୍ବକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଗ୍ରାମବାସୀ ମାନେ ଦାବୀ କରିଛନ୍ତି ।


