ପିଛୁଳି ଠାରେ ବିଜେପି କୃଷକ ମୋର୍ଚ୍ଚା ର ପ୍ରଥମ ଜିଲ୍ଲା କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ

କରଞ୍ଜିଆ, (ଜିତେନ୍ଦ୍ର ରାଜ):ପଶ୍ଚିମ ମୟୂରଭଂଜ ଜିଲ୍ଲା ବିଜେପି କୃଷକ ମୋର୍ଚ୍ଚା ପକ୍ଷରୁ ଜିଲ୍ଲା ସଭାପତି ମଦନ ମୋହନ ମହାନ୍ତଙ୍କ ସଭାପତିତ୍ବରେ କରଞ୍ଜିଆ ବ୍ଲକ୍ ପିଛୁଳି ଠାରେ ଆଜି ପ୍ରଥମ ଜିଲ୍ଲା କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଯାଇଅଛି। ବୈଠକରେ ମୂଖ୍ୟ ଅତିଥି ଭାବେ ରାଜ୍ୟ କୃଷକ ମୋର୍ଚ୍ଚା ସଭାପତି ମହେଶ୍ୱର ସାହୁ,ସମ୍ମାନୀତ ଅତିଥି ଭାବେ ରାଜ୍ୟ ସମ୍ପାଦକ ପାରାଉ ହେମ୍ବ୍ରମ୍, ସ୍ୱତନ୍ତ୍ର ନିମନ୍ତ୍ରିତ ଅତିଥି କୃଷକ ମୋର୍ଚ୍ଚା ର ବରୁଣ ଦେ, କୃଷକ ମୋର୍ଚ୍ଚା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ବିମଲ ସେନାପତି, ଯଶିପୁର ବିଧାୟକ ଗଣେଶ ରାମସିଂ ଖୁଣ୍ଟିଆ, ବରିଷ୍ଠ ନେତା କୃପାସିନ୍ଧୁ ମହାନ୍ତ,ଜିଲ୍ଲା ସମ୍ପାଦକ ଆଶିଷ ମହନ୍ତ, ପ୍ରାକ୍ତନ ଜିଲ୍ଲା ପରିଷଦ ସଦସ୍ୟ ଯୁଗଳ କିଶୋର ନାଏକ, କୃଷକ ମୋର୍ଚ୍ଚା ଜିଲ୍ଲା ସାଧାରଣ ସମ୍ପାଦକ ଚିନ୍ମୟ ପଲେଇ ପ୍ରମୁଖ ଯୋଗ ଦେଇଥିଲେ । ବୈଠକରେ ନୂତନ ଦାୟିତ୍ବ ପାଉଥିବା ସମସ୍ତ ମଣ୍ଡଳର ସଭାପତି ଓ ପଦାଧିକାରୀଙ୍କୁ ଅତିଥି ବୃନ୍ଦ ପ୍ରଥମେ ସମ୍ବର୍ଦ୍ଧିତ କରିବାପରେ ଆଗାମୀ ଦିନରେ କାର୍ଯ୍ୟପନ୍ଥା ବାବଦକୁ ଆଲୋଚନ କରାଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ