ପିଜା ପାଇଁ ଶ୍ରଦ୍ଧା, ବରୁଣଙ୍କ ମଧ୍ୟ ଝଗଡା
ଏବିସିଡି-୨ ପରେ ଅଭିନେତା ବରୁଣ ଧାୱନ ଏବଂ ଶ୍ରଦ୍ଧା କପୁର ପୁଣି ଏକ ଫିଲ୍ମରେ ଏକତ୍ର ନଜର ଆସିବେ । ଏହି ଫିଲ୍ମରେ ଉଭୟଙ୍କ କେମେଷ୍ଟ୍ରୀକୁ ଦର୍ଶକ ବେଶ୍ ପସନ୍ଦ କରିଥିଲେ । ଷ୍ଟ୍ରିଟ୍ ଡ୍ୟାନ୍ସର-୩ ଡିରେ ବରୁଣ, ଶ୍ରଦ୍ଧା ପୁଣି ଥରେ ଧୁମ୍ ମଚାଇବାକୁ ଯାଉଛନ୍ତି । ଫିଲ୍ମର ଶୁଟିଂ ଏବେ ଚାଲିଛି । ସମୟରେ ମିଳିଲେ ଶୁଟିଂ ବେଳର ଫଟୋ ଏବଂ ଭିଡିଓ ଉଭୟ ସୋସିଆଲ ମିଡିଆରେ ପୋଷ୍ଟ କରୁଛନ୍ତି । ନିକଟରେ ଶୁଟିଂ ବେଳେ ପିଜା ଖାଇବାକୁ ନେଇ ଶ୍ରଦ୍ଧା ଏବଂ ବରୁଣଙ୍କ ଝଗଡା ଲାଗିଥିଲା । କ୍ୟୁଟ୍ ଶ୍ରଦ୍ଧାଙ୍କ ପିଲାଳିଆମି ଦେଖି ଶୁଟିଂ ସେଟ୍ ସବୁ ଷ୍ଟାଫ୍ ହସି ହସି ଗଡିଥିଲେ ।