ପିଟ ଇଣ୍ଡିଆ ରୋନ୍ ଏବଂ ପ୍ଲାଷ୍ଟିକ ଫ୍ରି ଇଣ୍ଡିଆ କାର୍ଯ୍ୟକ୍ରମ

ଛତ୍ରପୁର,(ଯୁଗାବ୍ଦ ନ୍ରୁ୍ୟଜ୍): ଛତ୍ରପୁରଠାରେ କ୍ରାନ୍ତି ଯୁବ ଛାତ୍ର ସଂଘ ଓ ଏନୱାଇକେ ପକ୍ଷରୁ ମିଳିତ ଆନୁକୂଲ୍ୟରେ ଗାନ୍ଧି ଜୟନ୍ତୀର ୧୫୦ତମ ବର୍ଷ ପାଳନ ଅବସରରେ ପିଟ ଇଣ୍ଡିଆ ରୋନ୍ ଏବଂ ପ୍ଲାଷ୍ଟିକ ଫ୍ରି ଇଣ୍ଡିଆ କାର୍ଯ୍ୟକ୍ରମର କ୍ୟାମ୍ପେନିଂ ପାଇଁ ଆଜି ଛତ୍ରପୁର ମହାବିଦ୍ୟାଳୟଠାରେ ଏକ ପଥପ୍ରାନ୍ତ ସଭା ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟଅତିଥି ଭାବେ ଛତ୍ରପୁରର ପୂର୍ବତନ ବିଧାୟକ ଅଶୋକ କୁମାର ଚୌଧୁରୀ ଯୋଗ ଦେଇ ଗାନ୍ଧିଙ୍କ ଆଦର୍ଶ ସ୍ୱପ୍ନର ଭାରତ ଉପରେ ଆଲୋକପାତ କରି ବର୍ତମାନ ଭାରତ ବର୍ଷର ସବୁଠାରୁ ବଡ଼ ସମସ୍ୟା ହେଲା ପ୍ଲାଷ୍ଟିକ ଏବଂ ପଲିଥିନ ଆବର୍ଜନା ଯାହାକି ସମସ୍ତଙ୍କ ପାଇଁ ମୁଣ୍ଡବ୍ୟଥାର କାରଣ ପାଲଟିଛି । ଏହାକୁ ନେଇ ସଚେତନ ଆଲୋଚନା ହୋଇଥିଲା ଏବଂ ଆଗାମୀ ଦିନରେ ଭାରତ ବର୍ଷ ପରିବେଶ ପ୍ଲାଷ୍ଟିକ ମୁକ୍ତ ସୁସ୍ଥ ସୁନ୍ଦର ପରିବେଶ ହୋଇ ଗଢ଼ି ଉଠିବ । ତାହାକୁ ନେଇ ସଙ୍ଗଠନର ଓ ଛତ୍ରପୁରର ସମସ୍ତ ଯୁବକ, ଛାତ୍ର ପ୍ରତିବଦ୍ଧତା ଗ୍ରହଣ କରି ଶପଥ ନେଇଥିଲେ । ଏହାପରେ ଜିଲ୍ଲାପାଳଙ୍କ ବାସଭବନ ସମ୍ମୁଖରୁ ବିଭିନ୍ନ ସଚେତନତା ସ୍ଲୋଗାନ ଦେଇ ଏକ ଶୋଭାଯାତ୍ରାରେ ଅନସ୍ଲୋ ହାଇସ୍କୁଲ ଖେଳପଡ଼ିଆଠାରେ ଏକ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମକୁ ଛତ୍ରପୁର ନିର୍ବାଚନ ମଣ୍ଡଳୀର କଂଗ୍ରେସ ନେତା ଭାଗିରଥୀ ବେହେରା ସଂଘର ସଭାପତି ଇଜୁ ଆମିନ ଖାନ୍, ଅଭିଷେକ ପଟ୍ଟନାୟକ, ମହେଶ ଗୌଡ଼, ରାକେଶ ଆଚାର୍ଯ୍ୟ, ଅମିତ ପଲେଇ, ବଳିଆ ବେହେରା, ମାନସ ଗୌଡ଼ ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ