ପିଡିଆ ସାର ସରକାରୀ ଦରରେ ଯୋଗାଇଦେବା ନିମନ୍ତେ ଜିଲ୍ଲାପାଳଙ୍କୁ ଦାବି ପତ୍ର ପ୍ରଦାନ କଲେ ପୋଟ୍ଟଲାମପୁର ପଂଚାୟତର ଚାଷୀ

ଛତ୍ରପୁର, (ଦେବଦତ୍ତ ମହାରଣା):ସାରର କଳା ବଜାରୀ ରୋକିବା ସହ ସମସ୍ତ ଚାଷୀ ମାନଙ୍କୁ ସରକାରୀ ଦରରେ ସାର ପ୍ରଦାନ କରିବା ଦାବୀ ନେଇ ଛତ୍ରପୁର ବ୍ଲକ ପୋଟ୍ଟଲାମପୁର ପଂଚାୟତର ଚାଷୀ ମାନେ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେଙ୍କୁ ବୁଧୁବାର ଭେଟି ସେମାନଙ୍କ ଦାବୀ ସଂପର୍କରେ ଦୃଷ୍ଠି ଆକର୍ଷଣ କରିବା ସହ ଏକ ଲିଖିତ ଦାବି ପତ୍ର ପ୍ରଦାନ କରିଛନ୍ତି । ଏହା ସହ ପୋଟ୍ଟଲାମପୁର ସୋସାଇଟିରେ ୭୦ ଜଣ ପ୍ରକୃତ ଚାଷୀ ଧାନ ବିକ୍ରି କରିବା ନିମନ୍ତେ ନାମ ପଞ୍ଜୀକରଣରୁ ବାଦ୍ ପଡିଥିବାରୁ ସେମାନଙ୍କ ନାମ ପଞ୍ଜୀକରଣ କରିବା ନିମନ୍ତେ ଚାଷୀ ମାନେ ଜିଲ୍ଲାପାଳଙ୍କୁ ଅନୁରୋଧ କରିଥିଲେ । ଚଳିତ ବର୍ଷ ନିଅଣ୍ଟିଆ ବର୍ଷାରୁ ଧାନ ବିଳମ୍ବରେ ରୁଆ ହୋଇଛି । ବର୍ତ୍ତମାନ ଚାଷୀ ମାନଙ୍କୁ ନିମ, ୟୁରିଅ. ଗ୍ରୋମର, ପୋଟାସ, ଡିଏପି ଏବଂ ଜୈବିକ ସାର ଧାନ ଜମିରେ ପକାଇବାର ଆବଶ୍ୟକତା ରହିଛି । ସମବାୟ ସେବା ସମିତି ପିଡିଆ ସାର ଆଣୁନାହାନ୍ତି । ଫଳରେ ବର୍ତ୍ତମାନକୁ ଘରୋଇ ଡିଲର ଏବଂ ବେପାରୀ ମାନେ ୟୁରିଆ ସାର ବସ୍ତା ପିଛା ୨୭୦ ଟ୮୍‌କା ବଦଳରେ ୫୦୦ ଟଙ୍କାରେ ବିକ୍ରି କରି ଚାଷୀ ମାନଙ୍କୁ ଠକୁଛନ୍ତି । ପିଡିଆ ସାର ମିଳିନଥିବାରୁ ସାରର କଳା ବଜାରୀ ମଧ୍ୟ ହେଉଛି । କୃଷି ଅଧିକାରୀ ମାନେ ଜାଣି ଶୁଣି ନୀରବ ରହୁଛନ୍ତି । ଏଣୁ ଚାଷୀ ମାନଙ୍କ ହିତ ନିମନ୍ତେ ୨୦୦୦ ବସ୍ତା ୟୁରିଆ, ଡିଏପି,ପୋଟାସ, ଗ୍ରୋମର ଆଦି ସାର ସରକାରୀ ମୁଲ୍ୟରେ ଯୋଗାଇଦେବା ନିମନ୍ତେ ଚାଷୀ ମାନେ ଉକ୍ତ ଦାବି ପତ୍ର ରେ ଉଲ୍ଲେଖ କରିଛନ୍ତି । ଏହି ଦାବି ପତ୍ର ପ୍ରଦାନ ବେଳେ ନିରଞ୍ଜନ ପ୍ରଧାନ, ସୁରେନ୍ଦ୍ର ନାୟକ, ରାଜେନ୍ଦ୍ର ନାହାକ, ରମେଶ ପ୍ରଧାନ, ଭୋଳାନାଥ ନାହାକ, ସନ୍ୟାସୀ ସ୍ୱାଇଁ, ପ୍ରମୋଦ ସାହୁ, ଅମୀର ନାହାକ, ବିଶୁ ପ୍ରଧାନ, ଗୋପାଳ ନାହାକ, ମେଘନାଦ ପ୍ରଧାନ, ଋଷିକୁଲ୍ୟା ରୟତ ମହାସଭାର ସମ୍ପାଦକ ସିମାଂଚଳ ନାହାକଙ୍କ ସମେତ ବହୁ ଚାଷୀ ମାନେ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ