ପିଡିଏସ୍ ସାମଗ୍ରୀ ବଣ୍ଟନ ବେଳେ ସାମାଜିକ ଦୂରତା ସଚେତନ କରାଇଲେ ସ୍ୱେଚ୍ଛାସେବୀ
ବନ୍ତ (ଚାନ୍ଦିନୀ ମହାନ୍ତି) : ବନ୍ତ ବ୍ଲକ ଗୋପିନାଥପୁର ପଞ୍ଚାୟତ ପଏଣ୍ଟ ଠାରେ ପିଡିଏସ୍ ସାମଗ୍ରୀ ବଣ୍ଟନ ବେଳେ ସ୍ୱେଚ୍ଛାସେବୀ ମାନଙ୍କ ପକ୍ଷରୁ ସାମାଜିକ ଦୂରତା ସଂପର୍କରେ ହିତାଧିକାରୀ ମାନଙ୍କୁ ସଚେତନ କରାଯାଉଥିବାର ଦେଖାଯାଇଥିଲା । ସରପଞ୍ଚ ଓ ସ୍ୱେଚ୍ଛାସେବୀ ମାନେ ସାମାଜିକ ଦୂରତା ରକ୍ଷା କରିବା ପାଇଁ ପଞ୍ଚାୟତ ପଏଣ୍ଟ ସମ୍ମୁଖରେ ଧଳା ଗୋଲେଇ ତିଆରି କରିଥିଲେ । ଗୋଲେଇ ଭିତରେ ରହି ହିତାଧିକାରୀ ମାନେ ସାମଗ୍ରୀ ନେବାକୁ ପରାମର୍ଶ ଦିଆଯାଉଥିଲା । ଏହି କାର୍ଯ୍ୟରେ ସରପଞ୍ଚ ଅଶୋକ ଦାସ, ସି.ଏଫ.ଡବ୍ଲ୍ୟୁ.ଏସ୍.ଡି.ର ନୃସିଂହ ମହାନ୍ତି, ବରୁଣ ପେରେଇ, ସଞ୍ଜୟ ଦାସ, ଚିତ୍ତ ରଂଜନ ଉଦ୍ଗାତା, ଅଜୟ ମହାନ୍ତି ପ୍ରମୁଖ ନିୟୋଜିତ ଥିଲେ ।