ପିଡିଏସ ଚାଉଳ ଚୋରାଚାଲାଣ ଅଭିଯୋଗରେ ୨ ଗିରଫ

ପାରଳାଖେମୁଣ୍ଡି, (ତାରିଣାୀ ପ୍ରସାଦ ପଣ୍ଡା): ପିଡିଏସ ଚାଉଳ ଚୋରା ଚାଲାଣ ଅଭିଯୋଗରେ ପାରଳାଖେମୁଣ୍ଡି ପୋଲିସ ୨ଜଣଙ୍କୁ ଗିରଫ କରିଛନ୍ତି । ଘଟଣାରୁ ପ୍ରକାଶ,ଗତକାଲି ଗଜପତି ଜିଲ୍ଲାର ଗୁମ୍ମା ବ୍ଲକରୁ ୫୦କିଲୋ ଓଜନର ୫୦ ଗୋଟି ପିଡିଏସ ଚାଉଳ ବସ୍ତା ବୋଝେଇ ଏକ ଟ୍ରକ ଚୋରାଚାଲାଣ ପାଇଁ ନିଆଯାଉଥିବା ଖବର ପାରଳା ପୋଲିସ ଠାରେ ପହଞ୍ଚିଥିଲା । ଏଥିରେ ପୋଲିସ ପାରଳାଖେମୁଣ୍ଡି ସୁବାସନଗର ଠାରେ ଚାଉଳ ଚୋରା ଚାଲାଣ ହେଉଥିବା ଟ୍ରକ ନଂ ଓଡି ୨୦ ଏ୧୨୭୬କୁ ଅଟକାଇ ତଦନ୍ତ କରିଥିଲେ । ସେଥିରେ ଥିବା ୫୦ ବସ୍ତା ପିଡିଏସ ଚାଉଳ ରହିଥିଲା । ଚାଉଳକୁ ଚୋରାଚାଲାଣ ପାଇଁ ନିଆଯାଉଥିବା ସ୍ପଷ୍ଟ ହେବା ପରେ ଟ୍ରକଟିକୁ ଜବତ କରାଯିବା ସହ ୨ଚୋରାଚାଲାଣକାରୀ ଆଶିଷ ଗମାଙ୍ଗ ଏବଂ ଡମ୍ବରୁଧର ନାୟକଙ୍କୁ ଗିରଫ କରାଗଲା । ଏ ନେଇ ପାରଳା ଥାନାରେ କେସ ନଂ ୯୩/୨୦ରେ ଏକ ମାମଲା ରୁଜୁ କରାଯାଇ ଆଜି ସେମାନଙ୍କୁ କୋର୍ଟ ଚାଲାଣ କରାଯାଇଥିବା ଥାନା ଅଧିକାରୀ ବିବେକାନନ୍ଦ ସ୍ୱାଇଁଙ୍କ ସୁଚନା ଦେଇଛନ୍ତିା ଏହି ଚଢାଉରେ ଏସଆଇ ଏସ.ସି.ରାୟ,ଏମ.ଲାକରା,ଏଏସଆଇ ଜଗଦୀଶ ପଣ୍ଡା ପ୍ରମୁଖ ସାମିଲ ହୋଇ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ