ପିତଳ କନିଷ୍ଠ ମହାବିଦ୍ୟାଳୟରେ ବାଣିଜ୍ୟ ଓ ବିଞାନ ପାଠ୍ୟକ୍ରମ ଖୋଲିବାକୁ ଦାବୀ

ହିଂଜିଳିକାଟୁ, (ଶେଷଦେବ ସାହୁ): ଉଭୟ ନ୍ଦ୍ର ଓ ରାଜ୍ୟ ସରକାର ଉଚ୍ଚ ଶିକ୍ଷାର ବିକାଶ ନିମନ୍ତେ ବହୁ ଯୋଜନାମାନ ପ୍ରଣୟନ କରିଛନ୍ତି । ଶିକ୍ଷାର୍ଥୀଙ୍କ ସକାଶେ ବିଭିନ୍ନ ସୁଯୋଗ ସୃଷ୍ଟି କରିବା ଓ ବିଦ୍ୟାର୍ଥୀଙ୍କୁ ମାଗଣାରେ ଲାପଟପ୍ ସାଙ୍ଗକୁ ଶିକ୍ଷାବୃତି ପ୍ରଦାନ କରି ଆସୁଥିବା ବେଳେ ରାଜ୍ୟ ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନ ମଣ୍ଡଳୀ ହିଂଜିଳିକାଟୁ ନିକଟସ୍ଥ ତଥା ଶେରଗଡ଼ ବ୍ଳକ ପିତଳ କନିଷ୍ଠ ମହାବିଦ୍ୟାଳୟ ସରକାରୀ ଅବହେଳାର ଶିକାର ହେବା ସାଙ୍ଗକୁ ସାଧାରଣ ସୁବିଧାରୁ ବଂଚିତ ହେଉଛନ୍ତି ଶିକ୍ଷାର୍ଥୀ । ଶେରଗଡ଼ ବ୍ଳକର ଏହା ୨ୟ ମହାବିଦ୍ୟାଳୟ ଭାବେ ପ୍ରତିଷ୍ଠା ହୋଇଥିଲେ ମଧ୍ୟ ଏଠାରେ ନାନା ସମସ୍ୟା ଲାଗି ରହିଛି । ୧୯୯୪ ମସିହାରେ ପିତଳ କନିଷ୍ଠ ମହାବିଦ୍ୟାଳୟ ଅନୁମୋଦନ ପାଇବା ପରେ ୧୯୯୫ ମସିହା ଠାରୁ ପାଠ୍ୟକ୍ରମ ଆରମ୍ଭ ହୋଇଥିଲା । ବିଦ୍ୟାଳୟ ପାଠ୍ୟକ୍ରମ ଆରମ୍ଭ ହୋର ଦୀର୍ଘ ୨୪ ବର୍ଷ ଅତିବାହିତ ହୋଇ ଯାଇଥିଲେ ମଧ୍ୟ ଉକ୍ତ କନିଷ୍ଠ ମହାବିଦ୍ୟାଳୟରେ କେବଳ କଳା ବିଭାଗୀୟ ଶ୍ରେଣୀ ଚାଲିଥିବା ବେଳେ ଏଯାବତ୍ ବାଣିଜ୍ୟ ଓ ବିଞାନ ବିଭାଗୀୟ ଶ୍ରେଣୀ ଖୋଲା ଯାଇପାରିନାହିଁ ।ଏହି କଲେଜ ଉପରେ ହିଂଜିଳିକାଟୁ, ଆସିକା ଓ ଶେରଗଡ଼ ବ୍ଳକର ବହୁ ଗ୍ରାମର ଶିକ୍ଷାର୍ଥୀ ମାନେ ଶିକ୍ଷା ଅଧ୍ୟୟନ ସକାଶେ ନିର୍ଭର କରୁଥିବା ବେଳେ +୨ ଶ୍ରେଣୀରେ ବାଣିଜ୍ୟ ଓ ବିଞାନ ବିଭାଗୀୟ ଶ୍ରେଣୀ ନଥିବା ଯୋଗୁଁ ବାଧ୍ୟହୋଇ କେବଳ କଳା ବିଭାଗୀୟ ଶ୍ରେଣୀରେ ନାମଲେଖାଇବାକୁ ବାଧ୍ୟ ହେଉଛନ୍ତି । ସାମ୍ପ୍ରତିକ ପରିସ୍ଥିତିରେ ପ୍ରତିଯୋଗିତା ମୂଳକ ସମୟରେ +୨ ବିଞାନ ସାଙ୍ଗକୁ ବାଣିଜ୍ୟ ପାଠ୍ୟକ୍ରମର ଚାହିଦା ବଢୁଥିବା ବେଳେ ସରକାର ଏହି କନିଷ୍ଠ ମହାବିଦ୍ୟାଳୟରେ ବାଣିଜ୍ୟ ଓ ବିଞାନ ପାଠ୍ୟକ୍ରମ ଖୋଲିବା ନେଇ ଅବହେଳା ପ୍ରଦର୍ଶନ କରୁଥିବାରୁ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି । ବିଭାଗୀୟ ଉଚ୍ଚ କର୍ତୁପକ୍ଷ ଏ ଦିଗରେ ଦୃଷ୍ଟି ଦେଇ ତୁରନ୍ତ ଉକ୍ତ କନିଷ୍ଠ ମହାବିଦ୍ୟାଳୟରେ ବିଞାନ ଓ ବାଣିଜ୍ୟ ପାଠ୍ୟକ୍ରମ ଖୋଲିବା ଦିଗରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଅଂଚଳବାସୀ ଦାବୀ ଜଣାଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ