ପିତାକୁ ହତ୍ୟାକରି ମାନସିକ ବିକାରଗସ୍ତ ପୁଅର ଆତ୍ମହତ୍ୟା
ଚୌଦ୍ୱାର (ସଞ୍ଜୀବ କୁମାର ତିୱାରୀ) ଚୌଦ୍ୱାର ସହରରେ ଘଟିଛି ଏକ ଦୁଃଖଦ ଘଟଣା। ସାମାନ୍ୟ ଘଟଣାକୁ ନେଇ ପିତାକୁ ହତ୍ୟା କଲା ପୁଅ।ଘଟଣା କେବଳ ସେତିକିରେ ଶେଷ ହୋଇନାହିଁ।ପିତାକୁ ହତ୍ୟା କରି ନିଜେ ଆତ୍ମହତ୍ୟା ଉଦ୍ୟମ କରି ଗୁରୁତର ଅବସ୍ଥାରେ କଟକ ବଡ ମେଡିକାଲ ରେ ମୃତ୍ୟୁ ବରଣ କରିଥିବା ଜଣାପଡ଼ିଛି।ଘଟଣା ଘଟିଛି ଚୌଦ୍ୱାର ପୌରପାଳିକା ର ଏଗାର ନମ୍ବର ୱାର୍ଡ ଅନ୍ତର୍ଗତ ଓଟିଏମ କଲୋନୀ ରେ।ଏଠାରେ ରହୁଥିବା କାଳୁ ଚରଣ ବେହେରା(୬୫) ଙ୍କର ପୁଅ ମୁନି ବେହେରା ଙ୍କର ମାନସିକ ଅବସ୍ଥା ଭଲ ନଥିଲା।ଆଜି ସେ ରାତି ପ୍ରାୟ ନଅ ଟା ସମୟରେ ମୁନି ନିଜ ମାଙ୍କ ସହ କୌଣସି କଥାକୁ ନେଇ ପଟିତୁଣ୍ଡା କରିଥଲେ।ଏ ସମୟରେ ବାପା କାଳୁଚରଣ ତାକୁ ବୁଝାଇବାକୁ ଚେଷ୍ଟା କଲା ରୁ ମୁନି ଉତକ୍ଷିପ୍ତ ହୋଇ ଏକ ଲୁହା ରଡ଼ ରେ ତାଙ୍କୁ ଆକ୍ରମଣ କରି ଥିଲେ।ଏଥିରେ କାଳୁ ଙ୍କର କପାଳ ଦୁଇଫାଳ ହୋଇ ସେ ଘଟଣା ସ୍ଥଳରେ ମରିଯାଇଥିଲେ।ଏହାଦେଖି ପୁଅ ମୁନି ମାନସିକ ଭାରସାମ୍ୟ ହରାଇ ଏକ ଛୁରୀ ସାହାଯ୍ୟରେ ନିଜ ଶରୀର ର ବିଭିର୍ଣ୍ଣ ସ୍ଥାନରେ ଆଘାତ ଦେଇଥିଲେ।ପ୍ରଚୁର ରକ୍ତ ସ୍ରାବ ଯୋଗୁ ସେ ଚେତାଶୂନ୍ୟ ହୋଇ ତଳେ ପଡିଯିବା ପରେ ତାଙ୍କ ମାଆ କବାଟ ଖୋଲି ବାହାରକୁ ଆସି ଡାକ ପକାଇଲେ।ପରେ ଖବର ପାଇ ଚୌଦ୍ୱାର ଥାନା ଆଇଆଇସି ଘଟଣା ସ୍ଥଳରେ ପହଞ୍ଚି ଗୁରୁତର ମୁନି କୁ ଆମ୍ବୁଲାନ୍ସ ଯୋଗେ କଟକ ବଡ଼ମେଡିକାଲ ପଠାଇଥିଲେ ମଧ୍ୟ ସେଠାରେ ଡାକ୍ତର ତାକୁ ମୃତ ଘୋଷଣା କରିଥିଲେ। ଘଟଣା ସ୍ଥଳକୁ ପୋଲିସ ନିଜ କବଜା କୁ ନେଇ ସାଇଣ୍ଟିଫିକ ଟିମ ଆଗମନକୁ ଅପେକ୍ଷା କରିଛି।ଘଟଣାଟି ସହରରେ ଚାଞ୍ଚଲ୍ୟ ସୃଷ୍ଟି କରିଛି।


