ପିତାଙ୍କୁ ଦଣ୍ଡ ଦେବାକୁ କହିଲେ ବଳାକ୍ରାର ପରେ ଜନ୍ମ ନେଇଥିବା ଯୁବତୀ

ବଳାକ୍ରାର ପରେ ଜନ୍ମ ନେଇଥିବା ଜଣେ ସନ୍ତାନ ଏବେ ଡିଏନ୍ଏ ଟେଷ୍ଟ କରି ପିତାଙ୍କୁ ଦଣ୍ଡ ଦେବାକୁ ଚାହୁଁଛନ୍ତି । ସତରେ ଯଦି ଏହା କରାଯାଏ ତେବେ ବଳାକ୍ରାର ପୀଡିତାଙ୍କ ଅଭିଯୋଗ ବିନା ପ୍ରଥମ କରି ଜଣେ ବଳାକ୍ରାରୀ ଦଣ୍ଡ ପାଇବ ବୋଲି କୁହାଯାଉଛି । ଯୁବତୀଙ୍କ କହିବା କଥା ହେଲା ଯେତେବେଳେ ତାଙ୍କ ମା’ ନାବାଳିକା ଥିଲେ ସେତେବେଳେ ସେ ଜଣେ ପାରିବାରିକ ବନ୍ଧୁଙ୍କ ଦ୍ୱାରା ବଳାକ୍ରାରର ଶିକାର ହୋଇଥିଲେ । ଆଉ ତା’ପରେ ଯୁବତୀ ଜଣଙ୍କ ଜନ୍ମ ନେଇଥିଲେ । ଜନ୍ମର ପ୍ରାୟ ୭ ମାସ ପରେ ତାଙ୍କୁ ଗୋଟିଏ ପରିବାର ପାଳିତା କନ୍ୟା ଭାବେ ଗ୍ରହଣ କରିଥିଲେ । ବର୍ମିଂହୋମରେ ରହୁଥିବା ଏହି ଯୁବତୀ ଜଣଙ୍କ କହିଛନ୍ତି ଯେତେବେଳେ ସେ ୧୮ ବର୍ଷର ହୋଇଥିଲେ ସେତେବେଳେ ସେ ଜାଣିବାକୁ ପାଇଥିଲେ ଯେ ତାଙ୍କ ମା’ଙ୍କୁ ବଳାକ୍ରାର କରାଯିବା ପରେ ତାଙ୍କର ଜନ୍ମ ହୋଇଛି । ଏହାପରେ ସେ ସୋସିଆଲ ସର୍ଭିସ ରେକର୍ଡ ଆଧାରରେ ତାଙ୍କ ମା’ଙ୍କୁ ଖୋଜିପାଇଥିଲେ । ଯେଉଁଥିରେ ପ୍ରାୟ ୭ଟି ସ୍ଥାନରେ ତାଙ୍କ ମା’ଙ୍କ ସହ ବଳାକ୍ରାର ହୋଇଥିବା ରେକର୍ଡ ରହିଛି । ଏବେ ସେ ତାଙ୍କ ମା’ଙ୍କ ସହାୟତାରେ ବଳାକ୍ରାରୀ ପିତାଙ୍କୁ ଦଣ୍ଡ ଦେବାକୁ ଚାହୁଁଥିବା ପ୍ରକାଶ କରିଛନ୍ତି । ହେଲେ ପୋଲିସର କହିବା କଥା ହେଲା ଏହା ଆଇନ ବିରୋଧ । କାରଣ ଏଥିରେ ଯୁବତୀ ଜଣଙ୍କ ପୀଡିତା ନୁହଁନ୍ତି । ଆଉ ମଧ୍ୟ ପୀଡ଼ିତାଙ୍କର କୌଣସି ଅଭିଯୋଗ ନାହିଁ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ