ପିତାମାତାଙ୍କୁ ଶ୍ରାଦ୍ଧ ନୁହେଁ ଜୀବିତ ଅବସ୍ଥାରେ ଶ୍ରଦ୍ଧା ସୁମନ ଦିଅନ୍ତୁ

ହାଟଡିହି, (ବିକାଶ ବିଶ୍ୱାଳ):ସୁନ୍ଦରାପାଳ ଠାରେ ସମାଜସେବୀ ପ୍ରାଣବଲ୍ଲବ ମଲ୍ଲିକଙ୍କ ୮୭ ବର୍ଷ ଅବସରରେ ସଖା ୮୭ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଶିଶୁ ସାହିତ୍ୟିକ ଡ଼. ରାମଚନ୍ଦ୍ର ନାୟକଙ୍କ ସଭାପତିତ୍ୱରେ ଓ କବି ଅଶୋକ ପୁହାଣଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ପୂର୍ବତନ ପି.ସି.ସି. ସଭାପତି ନିରଞ୍ଜନ ପଟ୍ଟନାୟକ, ପୂର୍ବତନ ମନ୍ତ୍ରୀ ଜୟଦେବ ଜେନା, ପଣ୍ଡିତ ବିରେନ୍ଦ୍ର ପଣ୍ଡା, ସ୍ୱାମୀ ସୁଧାନନ୍ଦ ସରସ୍ଵତୀ, ବିଶିଷ୍ଟ କଥାକାର ପ୍ରଫେସର ମନୋରଞ୍ଜନ ମହାନ୍ତି, ବିଶିଷ୍ଟ କଥାକାର ଡ. ଅଜୟ ସ୍ୱାଇଁ, ବିଶିଷ୍ଟ ସଙ୍ଗୀତ ନିର୍ଦ୍ଦେଶକ ଶରତ ନାୟକ, ପକ୍ଷୀଘରର ସମ୍ପାଦକ ବନୋଜ ତ୍ରିପାଠୀଙ୍କ ସମେତ ବହୁ ମାଣ୍ୟଗଣ୍ୟ ବ୍ୟକ୍ତି ଯୋଗଦେଇ ଥିଲେ। ପିତୃଦେବଙ୍କୁ ଜୀବିତବସ୍ଥାରେ ପରମ ଶ୍ରଦ୍ଧା, ଭକ୍ତି ଓ ଅନୁରକ୍ତିର ସହ ପୂଜ୍ୟପୁଜାର ଉତ୍ସବ କରିବାର ଆବଶ୍ୟକତା ରହିଛି, ମୃତ୍ୟୁପରେ ଆଡ଼ମ୍ବର ସହକାରେ ଶ୍ରାଦ୍ଧର ଆବଶ୍ୟକତା ନାହିଁ ବୋଲି ସ୍ବାମୀ ସୁଧାନନ୍ଦ ସରସ୍ଵତୀ ମତବ୍ୟକ୍ତ କରିଥିଲେ। କେବଳ ସୁପୁତ୍ର ମାନେ ଜୀବନ୍ତ ପିତା ମାତାଙ୍କୁ ପୂଜାର୍ଘ୍ୟ ତର୍ପଣ କରିବାର ସୌଭାଗ୍ୟ ଅର୍ଜନ କରି ପାରନ୍ତି । ପୁତ୍ର ନିର୍ଯାତନାରେ ଶେଷ ନିଃଶ୍ୱାସ ନେଇଥିବା ପିତାମାତା ଙ୍କ ପାଇଁ ଅଧମ ପୁତ୍ରଙ୍କ ଦ୍ୱାରା ଆୟୋଜିତ ଶ୍ରାଦ୍ଧ ଉତ୍ସବକୁ ବର୍ଜନ କରିବା ଆରମ୍ଭ ହେବା ଦରକାର ବୋଲି ପଣ୍ଡିତ ବୀରେନ୍ଦ୍ର କୁମାର ପଣ୍ଡା ମତବ୍ୟକ୍ତ କରିଥିଲେ। ସେହିପରି ପୂର୍ବତନ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଯୋଗଦେଇ ନେବା ମନୋବୃତ୍ତି ପରିହାର କରି ଦେବାର ମାନସିକତା ରହିଲେ ସମାଜ ପ୍ରତି ନିଆରା ସନ୍ଦେଶ ହେବ, ଯାହା ଦ୍ଵାରା ପୂଜ୍ୟ ପୂଜାର ଯଥାର୍ଥତାକୁ ପ୍ରତିପାଦନ କରିହେବ ବୋଲି ମତବ୍ୟକ୍ତ କରିଥିଲେ। ଆମେ ସମସ୍ତେ ପ୍ରାଣବଲ୍ଲବ ମଲ୍ଲିକଙ୍କ ପରି ହେବା ଉଚିତ, କାରଣ ସେ ସବୁବେଳେ ଏ ଅଞ୍ଚଳର ବିକାଶ କଥା ଚିନ୍ତା କରୁଥିଲେ। ତାଙ୍କ ଉଦ୍ୟମରେ ଏ ଅଞ୍ଚଳ ରେ ଜଳସେଚ଼ନର ବ୍ୟବସ୍ଥା, ସୁନ୍ଦରାପାଳ ଠାରେ ଡାକ୍ତରଖାନା, ବିଭିନ୍ନ ସ୍କୁଲ ସ୍ଥାପନ କରାଯାଇ ପାରିଥିଲା ବୋଲି ଶ୍ରୀ ପଟ୍ଟନାୟକ ମତବ୍ୟକ୍ତ କରିଥିଲେ। ଅନ୍ୟତମ ଅତିଥି ଜୟଦେବ ଜେନା ପ୍ରାଣବଲ୍ଲବ ମଲ୍ଲିକଙ୍କ କର୍ମମୟ ଜୀବନ ଉପରେ ଆଲୋକପାତ କରିଥିଲେ। ସେହିପରି ଅନ୍ୟତମ ଅତିଥି ବିଖ୍ୟାତ କଥା ଶିଳ୍ପୀ ଅଜୟ ସ୍ଵାଇଁ ତାଙ୍କ ଭାଷଣରେ ଶଶୁର ଓ ବାପା ଉଭୟ କେବଳ ବାପା। ଯାହାକୁ ପ୍ରମାଣ କରି ଦେଖାଇ ପାରିଛ୍ରନ୍ତି କବି ଆଶୋକ ପୁହାଣ ବୋଲି ମତବ୍ୟକ୍ତ କରିଥିଲେ । ଏହି ଅବସରରେ ସମାଜର ଶିକ୍ଷା, ସାହିତ୍ୟ, କଳା, ପରିବେଶ, ରକ୍ତଦାନ ଆଦି ବିଭିନ୍ନ କ୍ଷେତ୍ରରେ ସଫଳତା ଲାଭ କରିଥିବା ୮୭ଜଣ ବ୍ୟକ୍ତିବିଶେଷ ଓ ପ୍ରାଣବଲ୍ଲବ ମଲ୍ଲିକଙ୍କ ହାତଗଢା ଅନୁଷ୍ଠାନକୁ ସମ୍ବର୍ଦ୍ଧିତ କରଯାଇଥିଲା। ତତସହିତ ‘ପରମପୂଜ୍ୟ ପ୍ରାଣବଣ୍ଲବ’ ଗ୍ରନ୍ଥକୁ ଅତିଥିମାନେ ଲୋକାର୍ପଣ କରିଥିଲେ। ପ୍ରାଣବଲ୍ଲବ ଚାରିଟବୁଲ ଟ୍ରଷ୍ଟର ଅଧ୍ୟକ୍ଷ ଅଲେଖ ଚ଼ନ୍ଦ୍ର ମଲ୍ଲିକ ଅତିଥିମାନଙ୍କୁ ଅଙ୍ଗବସ୍ତ୍ର ଓ ଫଳକ ଦେଇ ସମ୍ବର୍ଦ୍ଧିତ କରିଥିବା ବେଳେ ସ୍ବରୁପାରାଣୀ ମଲ୍ଲିକ ଧନ୍ୟବାଦ ଅର୍ପଣ କରିଥିଲେ । ଅଧିକନ୍ତୁ ବୀଣାପାଣି କଳାନିକେତନର ଗୁରୁ ଜିତୁ ଦାଶ ଓ ତାଙ୍କ କଳାକାର ମାନେ ନୃତ୍ୟ ପରିବେଷଣ କରିଥିଲେ। ଏଥିରେ ସାରା ରାଜ୍ୟର ବହୁ ବିଦ୍ୱାନ, ଅବସରପ୍ରାପ୍ତ କର୍ମଚାରୀ, ସଫଳ ଉଦ୍ୟୋଗୀ, ସାହିତ୍ୟିକ, କବି, ଲେଖକ ଓ ଶିକ୍ଷକ ଶିକ୍ଷୟିତ୍ରୀ ମାନେେ ଯୋଗ ଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ