ପିନାକିଲ ମାନବସମ୍ବଳ ପକ୍ଷରୁ କେନ୍ଦ୍ରାପଡା କଲେଜରେ କ୍ୟାମ୍ପସ ଚୟନ

କେନ୍ଦ୍ରାପଡା,(ଯୁଗାବ୍ଦ ନ୍ୟୁଜ୍‌): ପିନାକିଲ ମାନବସମ୍ବଳ ପ୍ରା.ଲି.ପକ୍ଷରୁ ଶନିବାର ପୂର୍ବାହ୍ନରେ କେନ୍ଦ୍ରାପଡା ସ୍ୱୟଂ ଶାସିତ ମହାବିଦ୍ୟାଳୟ ସମ୍ମିଳନୀ କକ୍ଷରେ ଫ୍ୟାସନ ରିଟେଲ ମ୍ୟାନେଜମେଂଟ ଏକ ସାକ୍ଷାତକାର ଓ ଲିଖିତ ପରୀକ୍ଷା ମାଧ୍ୟମରେ ଅନ୍ୟୁନ୍ୟ ୨୫ଜଣ ଛାତ୍ରଛାତ୍ରୀଙ୍କୁ ନିଯୁକ୍ତିପତ୍ର ପ୍ରଦାନ କରାଯାଇଛି । ମହାବିଦ୍ୟାଳୟର ଅଧ୍ୟକ୍ଷ ଡଃ.ରାଜେନ୍ଦ୍ର ପ୍ରସାଦ ତ୍ରିପାଠୀ ଏହି କାର୍ଯ୍ୟକ୍ରମକୁ ଶୁଭାରମ୍ଭ କରିଥିଲେ । କାର୍ଯ୍ୟକ୍ରମକୁ ସଂଯୋଜକ ଅଧ୍ୟାପକ ମନୋଜ କୁମାର ମିଶ୍ର, ପୂର୍ବାଶା ପ୍ରିୟଦର୍ଶିନୀ, ରଞ୍ଜିତ କୁମାର ଦାସ, ଅଶୋକ କୁମାର ଦାସ, ଡଃ.ଜ୍ଞାନୀନ୍ଦ୍ର ଦାଶ, ଡଃ.ପ୍ରଭାକର ମଲ୍ଲିକ ପ୍ରମୁଖ ପରିଚାଳନା କରିଥିଲେ । ଏହି ଚୟନ ପ୍ରକ୍ରୀୟାରେ ମହାବିଦ୍ୟାଳୟର ତୃତୀୟ ବର୍ଷର କଳା, ବିଜ୍ଞାନ ଓ ବାଣିଜ୍ୟ ବିଭାଗର ତିନିଶହରୁ ଉର୍ଦ୍ଧ୍ୱ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ । ଶେଷରେ କଲେଜ ଅଧ୍ୟକ୍ଷ ଡଃ. ତ୍ରିପାଠୀ,ପଦାର୍ଥ ବିଜ୍ଞାନ ବିଭାଗ ମୁଖ୍ୟ ରାମଚନ୍ଦ୍ର ପାତ୍ର ଓ ପିନାକିଲ ମାନବସମ୍ବଳର ସଂଯୋଜକ ରାଜୀବ ସାହୁଙ୍କ ଦ୍ୱାରା ଚୟନ କରାଯାଇଥିବା କଲେଜ ଛାତ୍ରଛାତ୍ରୀଙ୍କୁ ନିଯୁକ୍ତିପତ୍ର ପ୍ରଦାନ କରାଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ