ପିପିଏଲରେ ୩୦ହଜାରରୁ ଉର୍ଦ୍ଧ ବିଦେଶାଗତ ପକ୍ଷୀଙ୍କ ଆଗମନ
ପାରାଦୀପ,(ପୀତବାସ ପ୍ରଧାନ): ଚଳିତ ବର୍ଷ ପାରାଦୀପ ଫସଫେଟ୍ ଲିମିଟେଡ୍ (ପିପିଏଲ) ପରିସରକୁ ୪୮ପ୍ରଜାତିର ପ୍ରାୟ ୩୦ହଜାରରୁ ଉର୍ଦ୍ଧ ବିଦେଶାଗତ ପକ୍ଷୀ ଆସିଥିବା ପିପିଏଲ୍ ଡେପ୍ୟୁଟି ଜେନେରାଲ ମ୍ୟାନେଜର(କରପୋରେଟ୍ ଆଫେୟାର୍ସ) ସୁଧୀ ରଂଜନ ମିଶ୍ର ସୂଚନା ଦେଇଛନ୍ତି । ଏଠାରେ ପ୍ରକାଶ ଥାଉକି, ପୂର୍ବ ବର୍ଷ ୪୦ପ୍ରକାରର ୨୭ହଜାର ପକ୍ଷୀ ମାନଙ୍କର ଆଗମନ ହୋଇଥିବା ବେଳେ ଚଳିତ ବର୍ଷ ଏଥିରେ ବୃଦ୍ଧି ଘଟିଛି । ପକ୍ଷୀ ମାନଙ୍କର ଗଣନା କାର୍ଯ୍ୟ ବନ୍ୟ ଜୀବନ ବିଶେଷଜ୍ଞ ସୁଚିତ୍ରା ସାହୁ ଏବଂ ରାଜନଗର ଡିଏଫ୍ଓଙ୍କ ସମେତ କର୍ମଚାରୀ ମାନଙ୍କ ଦ୍ୱାରା କରାଯାଇଥିଲା । ତେବେ ଅଧିକାରୀମାନେ ପିପିଏଲ୍ର ପରିବେଶ ସନ୍ତୁଳନ ଉପରେ ସନ୍ତୋଷ ବ୍ୟକ୍ତ କରିବା ସହ ଏହାକୁ ସଠିକ୍ ଭାବେ ବଜାୟ ରଖିବା ପାଇଁ ପିପିଏଲ୍ କର୍ମଚାରୀଙ୍କ ଉଦ୍ୟମକୁ ଉଚ୍ଚ ପ୍ରଶଂସା କରିଥିଲେ ।