ପିପିପି ଯୋଜନାରେ ପ୍ରକଳ୍ପ ପୁନର୍ଗଠନ ବାବଦ ଆର୍ଥିକ ସହାୟତା ଯୋଗାଣ ଅବ୍ୟାହତ ରଖିବା ପ୍ରସ୍ତାବ କେନ୍ଦ୍ର କ୍ୟାବିନେଟ ଦ୍ୱାରା ଅନୁମୋଦିତ
ନୂଆଦିଲ୍ଲୀ: ସରକାରୀ-ଘରୋଇ ସହଯୋଗ ବା ପିପିପି ଯୋଜନାରେ କାର୍ଯ୍ୟକାରୀ ହେଉଥିବା ପ୍ରକଳ୍ପଗୁଡିକ ପାଇଁ ଯେଉଁ ଭିତ୍ତିଭୂମି ଭାୟାବିଲିଟି ଗ୍ୟାପ୍ ଫଣ୍ଡିଂ ବା ଭିଜିଏଫ୍ ସ୍କିମ୍ କାର୍ଯ୍ୟକାରୀ ହେଉଛି ସେଥିପାଇଁ ଆର୍ଥିକ ସହାୟତା ଯୋଗାଣ ବ୍ୟବସ୍ଥାକୁ ୨୦୨୪-୨୫ ବର୍ଷ ପର୍ଯ୍ୟନ୍ତ ବୃଦ୍ଧି କରାଯିବ । ଏଥିପାଇଁ ୮୧୦୦ କୋଟି ଟଙ୍କା ଖର୍ଚ୍ଚ ହେବ । ଏ ସଂକ୍ରାନ୍ତ ଏକ ପ୍ରସ୍ତାବ ଆଜି ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ଅନୁମୋଦନ ଲାଭ କରିଛି । ଏଥିରେ ବିଭିନ୍ନ ପ୍ରକଳ୍ପଗୁଡିକର ପୁନର୍ଗଠନ ଓ ନିରନ୍ତରତା ପାଇଁ ଏହି ଅର୍ଥ ଯୋଗାଣର ବ୍ୟବସ୍ଥା ରହିଛି । ଏହି ଯେଉଁ ପୁନର୍ଗଠିତ ଯୋଜନା କାର୍ଯ୍ୟକାରୀ ହେଉଛି ତାହା ନିମ୍ନଲିଖିତ ଉପଯୋଜନା ପାଇଁ ଉଦ୍ଦିଷ୍ଟ । ଏହା ମୁଖ୍ୟତଃ ସାମାଜିକ ଭିତ୍ତିଭୂମିରେ ଘରୋଇ ସହଯୋଗ ପାଇଁ ଉଦ୍ଦିଷ୍ଟ ।
ଏହି ଉପଯୋଜନା ବର୍ଜ୍ୟଜଳର ବିଶୋଧନ, ଜଳଯୋଗାଣ, କଠିନ ବର୍ଜ୍ୟ ପରିଚାଳନା ତଥା ସ୍ୱାସ୍ଥ୍ୟ ଓ ଶିକ୍ଷା ଆଦି କ୍ଷେତ୍ର ପାଇଁ ଉଦ୍ଦିଷ୍ଟ । ଏହି କ୍ଷେତ୍ର ପାଇଁ ବ୍ୟାଙ୍କରୁ ଋଣ ପାଇବା କଷ୍ଟସାଧ୍ୟ ହେଉଥିବାବେଳେ ଏଥିରୁ ରାଜସ୍ୱ ଆଦାୟର ସମ୍ଭାବନା ସ୍ୱଳ୍ପ । ତେଣୁ ଏ କ୍ଷେତ୍ରରେ ଯେତିକି ଅର୍ଥ ବ୍ୟୟ କରାଯାଉଛି ତାହାକୁ ଉଠାଇବା ସହଜ ନୁହେଁ । ତେଣୁ ଏହି ଯୋଜନାର ଅନ୍ତର୍ଭୁକ୍ତ ପ୍ରକଳ୍ପଗୁଡିକର ଖର୍ଚ୍ଚର ଶତପ୍ରତିଶତ କାର୍ଯ୍ୟକାରୀ ଅର୍ଥ ଆଦାୟ କରିବା ଉପରେ ଗୁରୁତ୍ୱ ଦିଆଯାଉଛି । ଏଭଳି ପ୍ରକଳ୍ପ ଖର୍ଚ୍ଚ ପାଇଁ କେନ୍ଦ୍ର ସରକାର ସର୍ବାଧିକ ୩୦ ଶତାଂଶ ଅର୍ଥ ଭାୟାବିଲିଟି ଗ୍ୟାପ୍ ଫଣ୍ଡ ବା ଭିଜିଏଫ୍ ଆକାରରେ ଯୋଗାଇଦେବେ । ଅବଶିଷ୍ଟ ଅର୍ଥ ମଧ୍ୟରୁ ସଂପୃକ୍ତ ରାଜ୍ୟ ସରକାର/ଏହାର ପ୍ରାୟୋଜକ ମନ୍ତ୍ରଣାଳୟ/ବୈଧାନିକ ସଂସ୍ଥା ଅତିରିକ୍ତ ୩୦ ଶତାଂଶ ଅର୍ଥ ସହାୟତା ଆକାରରେ ଯୋଗାଇବେ । ସାମାଜିକ କ୍ଷେତ୍ରରେ କାର୍ଯ୍ୟକାରୀ ହେଉଥିବା ପ୍ରକଳ୍ପଗୁଡିକ ପାଇଁ ଏହି ଊପଯୋଜନାରେ ଆର୍ଥିକ ସହାୟତା ପ୍ରଦାନ କରାଯିବ । ସ୍ୱାସ୍ଥ୍ୟଠାରୁ ଶିକ୍ଷା ପର୍ଯ୍ୟନ୍ତ ବିଭିନ୍ନ ସାମାଜିକ ପ୍ରକଳ୍ପ ପାଇଁ ଯେଉଁ ଅର୍ଥ ଖର୍ଚ୍ଚ ହେବ ତାହାର କାର୍ଯ୍ୟକାରୀ ଖର୍ଚ୍ଚ ମଧ୍ୟରୁ ୫୦ ଶତାଂଶ ଯେପରି ଆଦାୟ ହୁଏ, ତା ଉପରେ ଗୁରୁତ୍ୱ ରହିବ । ଏଭଳି ପ୍ରକଳ୍ପରେ କେନ୍ଦ୍ର ସରକାର ଓ ରାଜ୍ୟ ସରକାର ମିଳିତଭାବେ ୮୦ ଶତାଂଶ ନିର୍ମାଣଜନିତ ଖର୍ଚ୍ଚ ବହନ କରିବେ । ଏହାଛଡା ପ୍ରଥମ ୫ ବର୍ଷ ପର୍ଯ୍ୟନ୍ତ ପ୍ରକଳ୍ପର ପରିଚାଳନା ଓ ରକ୍ଷଣାବେକ୍ଷଣ ଖର୍ଚ୍ଚ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଦ୍ୱାରା ଭରଣା କରାଯିବ । ମୋଟ ପ୍ରକଳ୍ପ ଖର୍ଚ୍ଚର ସର୍ବାଧିକ ୪୦ ଶତାଂଶ ଅର୍ଥ କେନ୍ଦ୍ର ସରକାର ଯୋଗାଇ ଦେବେ । ଏହାଛଡା କେନ୍ଦ୍ର ସରକାର ପରିଚାଳନା ଖର୍ଚ୍ଚ ପାଇଁ ୫ ବର୍ଷ ନିମନ୍ତେ ସଂପୃକ୍ତ ପ୍ରକଳ୍ପର ବ୍ୟାବସାୟିକ କାର୍ଯ୍ୟାରମ୍ଭ ଦିନରୁ ସର୍ବାଧିକ ୨୫ ଶତାଂଶ ଅର୍ଥ ଯୋଗାଇ ଦେଇପାରନ୍ତି । ଏହି ଯୋଜନାର ଆରମ୍ଭ କାଳରୁ ଏ ପର୍ଯ୍ୟନ୍ତ ୬୪ଟି ପ୍ରକଳ୍ପକୁ ଚୂଡାନ୍ତ ଅନୁମୋଦନ କରାଯାଇଛି । ଏହିସବୁ ପ୍ରକଳ୍ପର ମୋଟ ନିର୍ମାଣ ବ୍ୟୟ ୩୪,୨୨୮ କୋଟି ଟଙ୍କା ହୋଇଥିବାବେଳେ ଏହାର ଭିଜିଏଫ୍ ଅର୍ଥ ପରିମାଣ ୫,୩୬୯ କୋଟି ଟଙ୍କା । ୨୦୧୯-୨୦ ଆର୍ଥିକ ବର୍ଷର ଶେଷ ସୁଦ୍ଧା କେନ୍ଦ୍ର ସରକାର ଭିଜିଏଫ୍ ବାବଦରେ ୪,୩୭୫ କୋଟି ଟଙ୍କା ବିଭିନ୍ନ ପ୍ରକଳ୍ପ ପାଇଁ ରାଜ୍ୟମାନଙ୍କୁ ଯୋଗାଇ ଦେଇଛନ୍ତି । ଯୋଜନାର ଲାଭ ଏହି ଯୋଜନାର ଲକ୍ଷ୍ୟ ହେଲା ସାମାଜିକ ଏବଂ ଆର୍ଥିକ ଭିତ୍ତିଭୂମି କ୍ଷେତ୍ରରେ କାରୀ ହେଉଥିବା ଯୋଜନାଗୁଡିକୁ ପ୍ରୋତ୍ସାହିତ କରିବା । ସାମାଜିକ ଏବଂ ଆର୍ଥିକ କ୍ଷେତ୍ରର ବିକାଶ ପାଇଁ ଉତ୍ତମ ଭିତ୍ତିଭୂମି ନିର୍ମାଣ କରିବା ସହ ସମ୍ବଳ ସୃଷ୍ଟି, ସେଗୁଡିକର ଉପଯୁକ୍ତ ରକ୍ଷଣାବେକ୍ଷଣ ଓ ସୁପରିଚାଳନାକୁ ଏହି ଯୋଜନାରେ ଗୁରୁତ୍ୱ ଦିଆଯାଉଛି । ସର୍ବୋପରି ପ୍ରକଳ୍ପ ନିର୍ମାଣ ପରେ ତାହାକୁ ବ୍ୟାବସାୟିକ ଦୃଷ୍ଟିରୁ ସମର୍ଥ କରିବା ଉପରେ ମଧ୍ୟ ସରକାର ଗୁରୁତ୍ୱ ଦେଉଛନ୍ତି । ଏହି ବ୍ୟବସ୍ଥାରେ ତିଆରି ହେଉଥିବା ପ୍ରକଳ୍ପମାନ ଜନସାଧାରଣଙ୍କ ଉପକାରରେ ଲାଗିବା ସହିତ ଦେଶରେ ଭିତ୍ତିଭୂମି ବୃଦ୍ଧିରେ ସହାୟକ ହେବ । କାର୍ଯ୍ୟକାରୀ ରଣନୀତି ଏସବୁ ପ୍ରକଳ୍ପର କାର୍ଯ୍ୟକାରିତା ପାଇଁ ଯେଉଁ ରଣନୀତି ପ୍ରସ୍ତୁତ କରାଯାଇଛି ତଦନୁସାରେ କ୍ୟାବିନେଟର ଅନୁମୋଦନର ଏକ ମାସ ମଧ୍ୟରେ ଏହାର ନିର୍ମାଣ କାର୍ୟ୍ୟ ଆରମ୍ଭ ହେବ । ପ୍ରସ୍ତାବିତ ସଂଶୋଧନ ନୀତିରେ ପୁନର୍ଗଠିତ ଭିଜିଏଫ୍ ଯୋଜନାର ନିୟମାବଳୀ ପ୍ରକଳ୍ପର ନିର୍ଦେଶାବଳୀରେ ଅନ୍ତର୍ଭୁକ୍ତ ହେବାର ବ୍ୟବସ୍ଥା ରହିଛି । ପୁନର୍ଗଠିତ ଭିଜିଏଫ୍ର ପ୍ରୋତ୍ସାହନ ଏବଂ ସହାୟକ ପ୍ରକଳ୍ପଗୁଡିକର ପର୍ଯ୍ୟବେକ୍ଷଣ ମଧ୍ୟ କରାଯିବ । ପ୍ରଭାବ ଭିଜିଏଫ୍ ସ୍କିମ୍ର ପ୍ରସ୍ତାବିତ ପୁନର୍ଗଠନ ଫଳରେ ଅଧିକରୁ ଅଧିକ ପିପିପି ପ୍ରକଳ୍ପକୁ ପ୍ରୋତ୍ସାହନ ମିଳିବ ଏବଂ ଏଥିରେ ସ୍ୱାସ୍ଥ୍ୟ, ଶିକ୍ଷା, ବର୍ଜ୍ୟଜଳ ବିଶୋଧନ, କଠିନ ବର୍ଜ୍ୟ ପରିଚାଳନା ଏବଂ ଜଳଯୋଗାଣ ଆଦି ସାମାଜିକ କ୍ଷେତ୍ରର ପ୍ରକଳ୍ପରେ ଘରୋଇ ପୁଞ୍ଜି ନିବେଶର ସୁବିଧା ସୃଷ୍ଟି ହେବ । ଏହାଦ୍ୱାରା ଯେଉଁ ନୂଆ ହସ୍ପିଟାଲ ଏବଂ ସ୍କୁଲ ଆଦି ତିଆରି ହେବ ତାହା ନିଯୁକ୍ତି ସୁବିଧା ସୃଷ୍ଟି କରିବ । ପୁନର୍ଗଠିତ ଯୋଜନା ପାଇଁ ଅର୍ଥ ମନ୍ତ୍ରଣାଳୟ ବଜେଟୀୟ ସହାୟତା ଆକାରରେ ଅର୍ଥ ଯୋଗାଇ ଦେବେ । ପୁନର୍ଗଠିତ ଭିଜିଏଫ୍ ସ୍କିମ୍ରେ ୨୦୨୪-୨୫ ଆର୍ଥିକ ବର୍ଷ ପର୍ଯ୍ୟନ୍ତ ମୋଟ କେତେ ଅର୍ଥ ଖର୍ଚ୍ଚ ହେବ ତାହାର ହିସାବ ସଂଲଗ୍ନ ଟେବୁଲରେ ପ୍ରଦାନ କରାଯାଇଛି । ଅର୍ଥ ମନ୍ତ୍ରଣାଳୟର ଆର୍ଥିକ ବ୍ୟାପାର ବିଭାଗ ଭିତ୍ତିଭୂମି କ୍ଷେତ୍ରରେ ପିପିପି ପ୍ରକଳ୍ପଗୁଡିକୁ ଆର୍ଥିକ ସହାୟତା ପ୍ରଦାନ ଯୋଜନା ଆରମ୍ଭ କରିଥିଲେ । ଏହାର ମୁଖ୍ୟ ଉଦେ୍ଦଶ୍ୟ ଥିଲା ପ୍ରକଳ୍ପକୁ ସ୍ୱୟଂସକ୍ଷମ କରିବା ପର୍ଯ୍ୟନ୍ତ ଯେଉଁ ଆର୍ଥିକ ଅଭାବ ପଡିବ ତାହା ଯୋଗାଇଦେବା । ଏହା ଭାୟାବିଲିଟି ଗ୍ୟାପ୍ ଫଣ୍ଡିଂ ସ୍କିମ୍ ନାମରେ ପରିଚିତ । ୨୦୦୬ରେ ଆରମ୍ଭ ହୋଇଥିବା ଏହି ବ୍ୟବସ୍ଥାର ଲକ୍ଷ୍ୟ ଥିଲା ଆର୍ଥିକ ଦୃଷ୍ଟିରୁ ଯୁକ୍ତିଯୁକ୍ତ; କିନ୍ତୁ ବ୍ୟାବସାୟିକ ଦୃଷ୍ଟିରୁ ଲାଭଜନକ ନ ଥିବା ପ୍ରକଳ୍ପଗୁଡିକୁ ପିପିପି ମୋଡରେ କାର୍ଯ୍ୟକାରୀ କରି ଦେଶର ଭିତ୍ତିଭୂମି ବିକାଶ କରିବା । ଏଭଳି ପ୍ରକଳ୍ପ ନିଜ ଗୋଡରେ ନିଜେ ଠିଆ ହେବା ସମ୍ଭବ ହୋଇ ନ ଥାଏ । କାରଣ ଏଥିପାଇଁ ବିପୁଳ ପୁଞ୍ଜି ନିବେଶର ଆବଶ୍ୟକତା ଥାଏ । ଏହାର କାର୍ଯ୍ୟକାରିତା ଓ ଫଳଦାନ ପ୍ରକ୍ରିୟା ଲମ୍ବା । ସର୍ବୋପରି ଏହି ପ୍ରକଳ୍ପରୁ ଲାଭବାନ ହେଉଥିବା ଲୋକଙ୍କଠାରୁ ଅଧିକ ଦେୟ (ୟୁଜର୍ସ ଫି) ଆଦାୟ କରି ବ୍ୟାବସାୟିକ ଦୃଷ୍ଟିରୁ ଏହାକୁ ସଚଳ ଓ ସକ୍ଷମ କରିବା ସହଜ ନୁହେଁ । ତେଣୁ ଏଭଳି ପ୍ରବର୍ତ୍ତମାନ ସ୍କିମ୍ରେ ମୋଟ ପ୍ରକଳ୍ପ ଖର୍ଚ୍ଚର ୪୦ ଶତାଂଶ ଅର୍ଥ ଭିଜିଏଫ୍ ଆକାରରେ ଯୋଗାଇଦେବା ବ୍ୟବସ୍ଥା ହୋଇଛି । ଏହି ଅର୍ଥ ଭାରତ ସରକାର ଏବଂ ସଂପୃକ୍ତ ପ୍ରାୟୋଜକ କର୍ତ୍ତୃପକ୍ଷ ପ୍ରକଳ୍ପ ନିର୍ମାଣ ସମୟରେ ପୁଞ୍ଜି ଅନୁଦାନ ବା କ୍ୟାପିଟାଲ ଗ୍ରାଣ୍ଟ ଆକାରରେ ୨୦% + ୨୦% ଅନୁପାତରେ ଯୋଗାଇ ଦେଉଛନ୍ତି ।