ପିପିଲିରୁ କଂଗ୍ରେସ ପ୍ରାର୍ଥୀ ଅଜିତ ମଙ୍ଗରାଜଙ୍କ ପ୍ରାର୍ଥୀପତ୍ର ଦାଖଲ
ଡେଲାଙ୍ଗ (ଯୁଗାବ୍ଦ ନ୍ୟୁଜ ): ପିପିଲି ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସର ପୂର୍ବତନ ବିଧାୟକ ଯୁଧିଷ୍ଠିର ସାମନ୍ତରାୟଙ୍କ ନାମ ଘୋଷଣା କରାଯାଇଥିଲା । ମାତ୍ର କଂଗ୍ରେସ ଟିକେଟ ଦେବାରେ ବିଳମ୍ବ ଓ ଅନ୍ୟକୁ ଦେବାପାଇଁ ଉଦ୍ୟମକୁ ବିରୋଧ କରି ଶ୍ରୀ ସାମନ୍ତରାୟ ପ୍ରାର୍ଥୀ ହେବେ ନାହିଁ ବୋଲି ମନା କରି ଦେଇଥିଲେ । ଏଣୁ ପିସିସି ସଭାପତି ଡେଲାଙ୍ଗ ଆଙ୍କୁଲା ଗ୍ରାମର ଯୁବ ନେତା ତଥା ଶିଳ୍ପପତି ଅଜିତ ମଙ୍ଗରାଜଙ୍କୁ ଦଳୀୟ ପ୍ରାର୍ଥୀ ଭାବେ ଘୋଷଣା କରାଯାଇଥିଲା । ଆଜି ଶ୍ରୀ ମଙ୍ଗରାଜ ନିଜର ଇଷ୍ଟ ଦେବାଦେବୀଙ୍କୁ ପୂଜାର୍ଚ୍ଚନା କରିବା ପରେ ଆଙ୍କୁଲା ଗ୍ରାମରୁ ଶତାଧିକ କଂଗ୍ରେସ ଯୁବ କର୍ମୀଙ୍କୁ ସାଙ୍ଗରେ ଧରି ନିଜର ନାମାଙ୍କନ ପ୍ରାର୍ଥୀପତ୍ର ଦାଖଲ କରିବା ପାଇଁ ଯାଇଥିଲେ । ସାକ୍ଷୀଗୋପାଳସ୍ଥିତ ବୀରଗୋବିନ୍ଦପୁର ମା ଦକ୍ଷିଣ କାଳୀଙ୍କୁ ପୂଜାର୍ଚ୍ଚନା କରିବା ସହ ମା’ଙ୍କ ଠାରୁ ଆଶିର୍ବାଦ ନେଇ ନାମାଙ୍କନ ପତ୍ର ଦାଖଲ କରିଥିବା ଜଣାପଡିଛି । ପିପିଲି ଡେଲାଙ୍ଗରେ କଂଗ୍ରେସର ନୂତନ ପ୍ରାର୍ଥୀ ଦିଆଯାଇଥିବାରୁ ଯୁବକ ଓ କଂଗ୍ରେସ ମହଲରେ ଆନନ୍ଦର ଲହରୀ ଖେଳିଯାଇଥିବା ଜଣାପଡିଛି ।