ପିପିଲିରେ ନିର୍ବାଚନୀ ରାଲି କରିବନି ବିଜେଡି

ଭୁବନେଶ୍ୱର, (ୱାଇଏନ୍‌ଏସ୍‌): – ପିପିଲି ଉପନିର୍ବାଚନରେ କୌଣସି ପ୍ରକାର ଶୋଭାଯାତ୍ରା ବା ସଭା କରିବନି ବିଜେଡି । ଦେଶରେ କରୋନା ସଂକ୍ରମଣ ବୃଦ୍ଧିକୁ ଦୃଷ୍ଟିରେ ରଖି ଏଭଳି ଘୋଷଣା କରିଛନ୍ତି ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସୋମବାର ଦିନ ମୁଖ୍ୟମନ୍ତ୍ରୀ ଟୁଇଟ୍ କରିଛନ୍ତି ଯେ “ ପ୍ରତ୍ୟେକ ଜୀବନ ମୂଲ୍ୟବାନ ଅଟେ ଏବଂ ଓଡିଶାବାସୀ ମୋ ପରିବାର । କୋଭିଡ୍ -୧୯ ଭଳି ସଙ୍କଟରେ ଦେଶରେ ସଂକ୍ରମଣ ବୃଦ୍ଧି ହେଉଥିବାରୁ ପିପିଲିରେ କୌଣସି ପ୍ରଚାର ରାଲି ବା ନିର୍ବାଚନୀ ସଭା ନକରିବାକୁ ବିଜୁ ଜନତା ଦଳ ନିଷ୍ପତି ନେଇଛି ।”ସେ ଆହୁରି କହିଛନ୍ତି ଯେ ଦାୟିତ୍ୱବାନ୍ ଦଳ ଭାବେ ବିଜେଡି କାହାର ଜୀବନକୁ ବିପଦରେ ପକାଇବାକୁ ଚାହେଁ ନାହିଁ । ଲୋକଙ୍କ ସେବା ପାଇଁ ଆମେ ନିର୍ବାଚନ ଲଢୁ । ପ୍ରଚାର ଯୋଗୁଁ ଯଦି ଜୀବନ ପ୍ରତି ବିପଦ ଅଛି ତେବେ ପ୍ରଚାରର ସମୟ ଓ ପଦ୍ଧତି ଉପରେ ପୁନର୍ବିଚାର କରିବାକୁ ସମସ୍ତ ରାଜନୈତିକ ଦଳ ଓ ନିର୍ବାଚନ କମିଶନଙ୍କୁ ସେ ଅପିଲ୍ କରିଛନ୍ତି । ଭାରତ ଏକ ପରିପକ୍ୱ ଗଣତନ୍ତ୍ର ଏବଂ ଆମେ ସମସ୍ତେ ମିଶି ସମାଧାନ ବାହାର କରିପାରିବା । ଗଣତନ୍ତ୍ର ଲୋକମାନଙ୍କ ଦ୍ୱାରା , ଲୋକମାନଙ୍କ ପାଇଁ ଏବଂ ଲୋକମାନଙ୍କର ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ