ପିପିଲିରେ ପ୍ରଚାର କଲେ ବିଜେପି ରାଜ୍ୟ ସଭାପତି

ଏବେ ବି ପଲିଥିନ ତଳେ ରହୁଛନ୍ତି ଫନି ବାତ୍ୟା ବିପନ୍ନ ପିପିଲି-ଡେଲାଙ୍ଗବାସୀ: ସମୀର ମହାନ୍ତି

ଭୁବନେଶ୍ୱର, (ୱାଇଏନ୍‌ଏସ୍‌): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିକାଶମୂଳକ ନୀତିରେ ସାରା ଦେଶବାସୀ ଅନୁପ୍ରାଣିତ ହୋଇଛନ୍ତି । ଆଗାମୀ ପିପିଲି ଉପନିର୍ବାଚନରେ ପିପିଲିବାସୀ ମୋଦିଜୀଙ୍କୁ ସମର୍ଥନ କରିବେ ଏବଂ ବହୁମତରେ ବିଜେପି ପ୍ରାର୍ଥୀ ଆଶ୍ରିତ ପଟ୍ଟନାୟକଙ୍କୁ ବିଜୟୀ କରାଇବେ ବୋଲି ପିପିଲିବାସୀ ପ୍ରତିଶୃତି ଦେଇଛନ୍ତି ବୋଲି ରାଜ୍ୟ ସଭାପତି ଶ୍ରୀ ସମୀର ମହାନ୍ତି କହିଛନ୍ତି । ଶ୍ରୀ ମହାନ୍ତି କହିଛନ୍ତି ଯେ, ମୋଦି ସରକାର ପ୍ରତି ପଂଚାୟତ ପଂଚଦଶ ଅର୍ଥ କମିଶନରେ ବ୍ୟାପକ ଅର୍ଥ ପଠାଇଛନ୍ତି । କିନ୍ତୁ ରାଜ୍ୟ ସରକାରଙ୍କ ବ୍ୟାପକ ଦୁର୍ନୀତି ଓ ଭଷ୍ଟ୍ରାଚାର ଯୋଗୁଁ ପିପିଲି ବାସୀ ମୌଳିକ ସୁବିଧାରୁ ବଂଚିତ ରହୁଛନ୍ତି । ଫନି ବାତ୍ୟା ପରେ କେନ୍ଦ୍ର ସରକାରଙ୍କ ଅର୍ଥକୁ ପିପିଲିବାସୀଙ୍କ ପାଖରେ ଦିବଙ୍ଗତ ବିଧାୟକ ପ୍ରଦୀପ ମହାରଥୀ ପଂହଚାଇ ପାରିଲେ ନାହିଁ । ଏବେ ବି ପିପିଲିବାସୀ ପଲିଥିନ ତଳେ ବସବାସ କରୁଛନ୍ତି । ପିପିଲିର ପ୍ରତି ପଂଚାୟତରେ ଦୁର୍ନୀତି ଓ ଭଷ୍ଟ୍ରାଚାର ଚାଲିଛି । ପିପିଲି ଡେଲାଙ୍ଗବାସୀ ଶୁଦ୍ଧ ପାନୀୟ ଜଳ ପାଇଁ ମାଇଲ ମାଇଲ ବାଟ ଚାଲିକି ଯାଉଛନ୍ତି । ଦୀର୍ଘ ୩୫ ବର୍ଷର ଶାସନ ପରେ ବି ପିପିଲି-ଡେଲାଙ୍ଗରେ ଆଖିଦୃଶିଆ ବିକାଶ ହୋଇନାହିଁ । ରାଜ୍ୟ ରାଜଧାନୀ ଠାରୁ ମାତ୍ର ୨୫ କିମି ଦୂରରେ ଥିବା ପିପିଲି ନିର୍ବାଚନମଣ୍ଡଳୀରେ ରାଜ୍ୟ ସରକାରଙ୍କ ଦୃଷ୍ଟି ପଡୁନାହିଁ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଜୀଙ୍କ ବିକାଶରେ ଅନୁପ୍ରାଣିତ ହୋଇ ପିପିଲିବାସୀ ପରିବର୍ତନ ମୁହାଁ ହୋଇଛନ୍ତି ।୨୦୨୨ ସୁଦ୍ଧା ସମସ୍ତଙ୍କୁ ପକ୍କା ଘର ମିଳିବା ନେଇ ମୋଦି ସରକାର କାର୍ଯ୍ୟ କରୁଛନ୍ତି । କିନ୍ତୁ ରାଜ୍ୟ ସରକାର ପିପିଲିବାସୀଙ୍କୁ ପକ୍କା ଘର ଯୋଗାଇବାରେ ବିଫଳ ହୋଇଛନ୍ତି । ପିପିଲି ଡେଲାଙ୍ଗ ସ୍ୱାସ୍ଥ୍ୟକେନ୍ଦ୍ରରେ ଡାକ୍ତର ନାହିଁ । ଗାଁ କୁ ଆମ୍ବୁଲାନ୍ସ ଆସିପାରୁ ନାହିଁ । ଏପରି ଅନେକ ସମସ୍ୟା ଭିତରେ ରହିଥିବାରୁ ଚଳିତ ଉପନିର୍ବାଚନରେ ପିପିଲିବାସୀ ନୀରବ ବିପ୍ଲବୀ ସାଜି ବିଜେପିକୁ ବିଜୟୀ କରାଇବେ ବୋଲି ଶ୍ରୀ ମହାନ୍ତି କହିଛନ୍ତି । ଦଳୀୟ ପ୍ରାର୍ଥୀ ଆଶ୍ରିତ ପଟ୍ଟନାୟକଙ୍କ ପାଇଁ ଆଜି ରାଜ୍ୟ ସଭାପତି ସମୀର ମହାନ୍ତି ପିପିଲି ନିର୍ବାଚନମଣ୍ଡଳୀର ବିଭିନ୍ନ ପଂଚାୟତକୁ ଯାଇ ଘର ଘର ବୁଲି ପ୍ରଚାର କରିଛନ୍ତି । ଶ୍ରୀ ମହାନ୍ତି ବ୍ୟକ୍ତିଗତ ଭାବେ ପିପିଲିବାସୀଙ୍କୁ ଭେଟି ବିଜେପିକୁ ଆଶୀର୍ବାଦ କରିବା ପାଇଁ ଭୋଟର ଭାଇ ଓ ଭଉଣୀମାନଙ୍କୁ ଅନୁରୋଧ କରିଛନ୍ତି । ଶ୍ରୀ ମହାନ୍ତି ପିପିଲି ନିର୍ବାଚନମଣ୍ଡଳୀ ପାଣିଦୋଳ ପଂଚାୟତର ଅନ୍ତପୁର, ମାଧିପୁର ଏବଂ ଭାରତୀପୁର ପଂଚାୟତର ବିଭିନ୍ନ ଗାଁ କୁ ଗାଁ ବୁଲି ପ୍ରଚାର କରିଛନ୍ତି । ସେହିପରି ସୁନ୍ଦରଗଡ ସାଂସଦ ଜୁଏଲ ଓରାମ, ବରିଷ୍ଠ ନେତା କନକ ବର୍ଦ୍ଧନ ସିଂହଦେଓ, ବିଜେପି ରାଷ୍ଟ୍ରୀୟ ଉପସଭାପତି ବୈଜୟନ୍ତ ପଣ୍ଡା, ରାଷ୍ଟ୍ରୀୟ ପ୍ରବକ୍ତା ଡା. ସମ୍ବିତ ପାତ୍ର, ସାଧାରଣ ସଂପାଦିକା ଡ. ଲେଖାଶ୍ରୀ ସାମନ୍ତସିଂହାର, ବିଜେପି ନେତା ତଥା ଅଭିନେତା ଶ୍ରୀତମ ଦାସ, ହରିହର ମହାପାତ୍ର ପ୍ରମୁଖ ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର, ପ୍ରଥପ୍ରାନ୍ତ ସଭା, ବାଇକ ରାଲି, ପଦଯାତ୍ରାରେ ସାମିଲ ହେବା ସହ ଘର ଘର ବୁଲି ପିପିଲି ପରିବର୍ତନରେ ନିଜକୁ ସାମିଲ କରିବା ପାଇଁ ପିପିଲି-ଡେଲାଙ୍ଗବାସୀଙ୍କୁ ଅନୁରୋଧ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ