ପିପିଲିରେ ଶାନ୍ତିପୂର୍ଣ୍ଣ ଭାବେ ୭୫ ପ୍ରତିଶତ ମତଦାନ ରାତି ୧୦ଟା ପର୍ଯ୍ୟନ୍ତ ଚାଲିଲା ମତଦାନ

ପିପିଲି (ଜୁଗାବ୍ଦ ନ୍ୟୁଜ୍‍): ପିପିଲି-ଡେଲାଙ୍ଗ ନିର୍ବାଚନ ମଣ୍ଡଳୀର ପିପିଲି ବ୍ଲକରେ ଶାନ୍ତିପୂର୍ଣ୍ଣ ଭାବେ ମଙ୍ଗଳବାର ମତଦାନ ହୋଇଛି । ତେବେ ମତଦାନ ଆରମ୍ଭରୁ ହିଁ କେତେକ ସ୍ଥାନରେ ଭିଭିପାଟ ମେସିନ ଯୋଗୁ ବିଶୃଙ୍ଖଳା ଦେଖାଦେଇଥିଲା । ଇଞ୍ଜିନିୟର ଶିବ ଶଙ୍କର ପହଞ୍ଚି ଇଭିଏମ୍ ମେସିନ ସଜାଡ଼ିବା ପରେ ମତଦାନ ଆରମ୍ଭ ହୋଇଥିଲା । ସକାଳ ସାତରୁ ପିପିଲିର ମୋଟ ୧୫୪ଟି ବୁଥରେ ମତଦାନ ଆରମ୍ଭ ହୋଇଥିଲା । ସଂଧ୍ୟା ୬ ସୁଦ୍ଧା ୧୪୪ଟି ମତଦାନ କେନ୍ଦ୍ରରେ ମତଦାନ ହୋଇଥିବାବେଳେ ୧୦ଟି ବୁଥରେ ମତଦାନ ବିଳମ୍ବ ହୋଇଥିଲା । ସେଥି ମଧ୍ୟରୁ ଦୁର୍ଗାଦାସପୁର ପଞ୍ଚାୟତର ବୁଥ୍ ନଂ୨୩୩ ଠଣଠଣା ଗ୍ରାମ, ତେଇସିପୁର ପଞ୍ଚାୟତର୨୪୭ ବୁଥ, ପୋଡ଼ଙ୍ଗ ଗ୍ରାମ ଏବଂ ବୀରପୁରୁଷୋତମପୁର ପଞ୍ଚାତୟତର ୨୪୯ ବୁ୍ଥ ନଂ ବୀରପୁରୁଷୋତମପୁର ଗ୍ରାମ ସନ୍ଧ୍ୟା ସାଢେ ସାତଟା ସୁଦ୍ଧା ମତଦାନ ସରିଥିଲା । ତେବେ ୧୭୫ ଆରୁହା ଗ୍ରାମ, ୧୯୩ ପିପିଲି କଲେଜ୍, ୨୧୫ ଦାଣ୍ଡମକୁନ୍ଦପୁର ପିତବାସ ସ୍କୁଲ, ୨୩୭ ଚନ୍ଦ୍ରାଦେଇପୁର, ୨୫୮ ଛଣଘର, ୨୭୧ କୋଠସାହି ସ୍କୁଲ ରାତି ୧୦ଟା ମଧ୍ୟରେ ମତଦାନ ସରିଥିଲା । ପିପିଲି ବ୍ଳକର ପୁରୁଷ ଭୋଟର ୬୬୮୯୧, ମହିଳା ୬୧୭୯୯ ଓ ଅନ୍ୟାନ୍ୟ ଭୋଟର ୨ ଜଣଙ୍କୁ ମିଶାଇ ମୋଟ୍ ୧ଲକ୍ଷ ୨୮ହଜାର ୬୯୨ ଭୋଟର ସେମାନଙ୍କର ମତଦାନ ସାବ୍ୟସ୍ତ କରିଛନ୍ତି । ମୋଟ୍ ଶତକଡ଼ା ୭୫% ମତଦାନ ହୋଇଛି । ସକାଳ ୯ଟା ସୁଦ୍ଧା ୧୨%, ୧୧ଟା ସୁଦ୍ଧା ୨୫ ପ୍ରତିଶତ, ଦିନ ଗୋଟାଏ ସୁଦ୍ଧା ୩୭% ଓ ୩ଟା ସମୟରେ ୫୨% ଏବଂ ରାତି ୧୦ଟା ସୁଧା ୭୫ ପ୍ରତିଶତ ମତଦାନ ହୋଇଥିବା ଜଣାପଡ଼ିଛି । ତହସିଲଦାର ଆଶିଷ କୁମାର ଜେନା ସହକାରୀ ରିଟର୍ଣ୍ଣି ଅଫିସର ଭାବେ ନିଯୁକ୍ତି ପାଇ ଶାନ୍ତି ଶୃଙ୍ଖଳାର ସହ ମତଦାନ ପରିଚାଳନା କରିଥିଲେ । ପିପିଲି ବ୍ଲକ ଏବଂ ପୌରାଞ୍ଚଳ ପାଇଁ ୧୬ଟି ସେକ୍ଟର ଅଫିସର ନିଯୁକ୍ତି ପାଇଥିବାବେଳେ ସେମାନେ ଜିପିଓ ଦୀପକ କୁମାର ଜେନାଙ୍କୁ ମତଦାନ ସଂକ୍ରାନ୍ତ ସମସ୍ତ ତଥ୍ୟ ପ୍ରଦାନ କରିଥିଲେ । ପୁଲିସ ପକ୍ଷରୁ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା । ଏସଡିପିଓ ଦେବଦତ୍ତ ବରାଳ ଏବଂ ଥାନାଧିକାରୀ ଶରତ କୁମାର ସାହୁଙ୍କ ନେତୃତ୍ୱରେ ଟିମ୍ ଗଠନ କରାଯାଇ ପିପିଲି ଅଂଚଳରେ ଘନଘନ ପାଟ୍ରାଲିଂ କରାଯାଇଥିଲା । ପିପିଲି ଅଂଚଳରେ ବିଭିନ୍ନ ସ୍ଥାନରେ ଆନ୍ଧ୍ରା ଗ୍ରେ ହଣ୍ଟ୍୍ ଏବଂ ବିଏସ୍ଏଫ୍ ଯବାନଙ୍କୁ ନିଯୁକ୍ତି ଦିଆଯାଇ ପାଟ୍ରାଲିଂରେ ସାମିଲ କରାଯାଇଥିଲା ।

ସମୀରଙ୍କ ମାରାଥନ ନିର୍ବାଚନ ପ୍ରଚାର
ଚାରିଛକ (ଜୁଗାବ୍ଦ ନ୍ୟୁଜ୍‍): ନିମାପଡା ବିଜେଡି ବିଧାୟକ ପ୍ରାର୍ଥୀ ବିଧାୟକ ସମୀର ରଞ୍ଜନ ଦାଶ ମଙ୍ଗଳବାର ନିମାପଡା ନିର୍ବାଚନ ମଣ୍ଡଳୀର ୩ଟି ପଞ୍ଚାୟତରେ ନିର୍ବାଚନ ପ୍ରଚାର ଚଳାଇଛନ୍ତି । ଏହି ନିର୍ବାଚନ ମଣ୍ଡଳୀର ଅଲଣ୍ଡା,ଗଡପଦନପୁର ଓ ବଡଶିଉଳା ଆଦି ପଞ୍ଚାୟତର ଘର ଘର ବୁଲି ରାଜ୍ୟ ସରକାରଙ୍କ ଦ୍ୱାରା ହୋଇଥିବା ଜନକଲ୍ୟାଣ ଯୋଜନାଗୁଡିକ ଜନସାଧାରଣଙ୍କ ନିକଟରେ ପହଞ୍ଚାଇବା ସହ ଲୋକଙ୍କ ସୁଖଦୁଃଖ ପଚାରି ବୁଝିଥିଲେ । ଆସନ୍ତା ନିର୍ବାଚନରେ ତାଙ୍କୁ ଶଙ୍ଖ ଚିହ୍ନରେ ଭୋଟ ଦେବା ସହିତ ସାଂସଦ ପ୍ରାର୍ôଥନୀ ଡ.ରାଜଶ୍ରୀ ମଲ୍ଲିକଙ୍କୁ ଶଙ୍ଖ ଚିହ୍ନରେ ଭୋଟଦେବାକୁ ନିବେଦନ କରିଥିଲେ । ତାଙ୍କ ସହିତ ବ୍ଳକ ସଭାପତି ପ୍ରସନ୍ନ ମହାନ୍ତି, ସରପଞ୍ଚ ପ୍ରତାପସେନ ସ୍ୱାଇଁ, ରବିଦାଶ, ପପୁ ସ୍ୱାଇଁ, ଲଳିତ ମୋହନ ପାତ୍ର, ସଞ୍ଜୟ ପାତ୍ର, ଅସିତ ମହାନ୍ତି, ନରେନ୍ଦ୍ର କୁମାର ମହାନ୍ତି, ପ୍ରବୋଧ ମହାନ୍ତି ଓ ଗୋଲେଖ ବେହେରାଙ୍କ ସମେତ ଶତାଧିକ ଦଳୀୟ କର୍ମୀ ଯୋଗ ଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ