ପିପିଲି ଉପନିର୍ବାଚନ ପାଇଁ ସାନି ବିଜ୍ଞପ୍ତି ଜାରି
ଭୁବନେଶ୍ୱର, (ୱାଇଏନ୍ଏସ୍): ପିପିଲି ଉପନିର୍ବାଚନ ପାଇଁ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୋମବାର ଦିନ ସାନି ବିଜ୍ଞପ୍ତି ଜାରି କରିଛନ୍ତି । ଅଧିକାରୀଙ୍କ ସୂଚନା ମୁତାବକ ପିପିଲି ଉପନିର୍ବାଚନର ସମସ୍ତ ପ୍ରକ୍ରିୟା ମେ ୧୮ ତାରିଖ ସୁଦ୍ଧା ଶେଷ ହେବ । ଏପ୍ରିଲ ୨୬ ହେଉଛି ନାମାଙ୍କନ ଦାଖଲର ଶେଷ ତାରିଖ । ଏପ୍ରିଲ ୨୭ ତାରିଖରେ ନାମାଙ୍କନ ଯାଞ୍ଚ ହେବ । ଏହାସହ ଏପ୍ରିଲ ୨୯ ତାରିଖକୁ ନାମାଙ୍କନ ପ୍ରତ୍ୟାହାରର ଶେଷ ତାରିଖ ରଖାଯାଇଥିବା ବିଜ୍ଞପ୍ତିରେ ପ୍ରକାଶ କରା ଯାଇଛି ।ଏହି ବିଜ୍ଞପ୍ତି ଅନୁସାରେ ମେ ମାସ ୧୩ ତାରିଖରେ ଭୋଟ ଗ୍ରହଣ ହେବ ଓ ୧୭ ତାରିଖରେ ନିର୍ବାଚନ ଫଳାଫଳ ପ୍ରକାଶ ପାଇବ ବୋଲି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ବିଜ୍ଞପ୍ତି ମାଧ୍ୟମରେ ସୂଚନା ଦେଇଛନ୍ତି ।


