ପିପିଲି ଉପନିର୍ବାଚନ : ବିଜେଡି ସକ୍ରିୟ କର୍ମୀଙ୍କ ବୈଠକରେ ଦୁଇ ବିଧାୟକ
ବୁଗୁଡା (ଅନିଲ ମହାରଣା): ପିପିଲି ଉପନିର୍ବାଚନରେ ବିଜୁ ଜନତା ଦଳର ପ୍ରାର୍ଥୀ ରୁଦ୍ର ପ୍ରତାପ ମହାରଥୀଙ୍କୁ ବିପୁଳ ଭୋଟରେ ବିଜୟୀ କରିବା ପାଇଁ ଏପ୍ରିଲ ୦୩ ତାରିଖ ଦିନ ମହାକାଳପଡ଼ା ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ଅତୁନ ସବ୍ୟସାଚୀ ନାୟକ ଓ ପୋଲସରା ବିଧାୟକ ତଥା ଗଞ୍ଜାମ ଜିଲ୍ଲା ଯୋଜନା ବୋର୍ଡ଼ ଅଧ୍ୟକ୍ଷ ଶ୍ରୀକାନ୍ତ ସାହୁ ଦୁହେଁ ପିପିଲି ନିର୍ବାଚନ ମଣ୍ଡଳୀର ସରସ୍ୱତୀପୁର ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଦାସପାଟଣା ଗ୍ରାମରେ ବିଜୁ ଜନତା ଦଳର ସକ୍ରିୟ କର୍ମୀମାନଙ୍କ ବୈଠକ ରେ ଯୋଗଦେଇ ନିର୍ବାଚନ ପରିଚାଳନା ବିଷୟରେ ଆଲୋଚନା କରିଥିଲେ। ଏହି ବୈଠକରେ ବିଜୁ ଜନତା ଦଳର ପାଞ୍ଚାୟତ ସ୍ତରୀୟ ସକ୍ରିୟ କର୍ମୀ ଯୋଗଦେଇଥିବା ବେଳ ରୁଦ୍ର ପ୍ରତାପ ମହାରଥୀ ଯେପରି ବିପୁଳ ବ୍ୟବଧାନ ରେ ବିଜୟୀ ହୋଇପାରିବେ ସେଥିପାଇଁ ସକ୍ରିୟ କର୍ମୀ ବୃନ୍ଦ କିପରି କାର୍ଯ୍ୟ କରିବେ ପରାମର୍ଶ ପ୍ରଦାନ କରିଥିଲେ। ଗତକାଲି ପୋଲସରା ବିଧାୟକ ଶ୍ରୀ ସାହୁ ବନମାଳୀପୁର ଗ୍ରାମରେ ବୁଥ ସ୍ତରୀୟ ସକ୍ରିୟ କର୍ମୀମାନଙ୍କ ଏକ ବୈଠକରେ ଯୋଗଦେଇ ଆଲୋଚନା କରିଥିଲେ।


