ପିପିଲି ବିଜୟକୁ ନେଇ କେନ୍ଦ୍ରାପଡାରେ ବିଜୟ ଉତ୍ସବ

କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ) : ଓଡିଶାର ପୁରୀ ଜିଲ୍ଲାର ପିପିଲି ବିଧାନସଭା ଉପ ନିର୍ବାଚନରେ ବିଜେଡି ବିଧାୟକ ପ୍ରାର୍ଥୀ ରୁଦ୍ର ପ୍ରତାପ ମହାନ୍ତିଙ୍କ ବିପୁଳ ବିଜୟକୁ ନେଇ କେନ୍ଦ୍ରାପଡା ବିଜେଡି ପକ୍ଷରୁ ବିଜୟ ଉତ୍ସବ ପାଳନ କରାଯାଇଛି । ଏହି ଉପଲକ୍ଷେ କେନ୍ଦ୍ରାପଡା ସହରର ପୁରୁଣା ବସଷ୍ଟାଣ୍ଡରେ ବାଜା ବଜାଇ, ନାଚକୁଦ କରି ବିଜେଡି କର୍ମୀମାନେ ପରଷ୍ପର ମଧ୍ୟରେ ମିଷ୍ଟାନ୍ନ ବଣ୍ଟନ କରି ବିଜୟ ଉତ୍ସବ ପାଳନ କରଥିବା ଦେଖାଯାଇଛି । ଜିଲ୍ଲା ଯୁବ ବିଜେଡି ସଭାପତି ରାଜେଶ ଦାସଙ୍କ ନେତୃତ୍ୱରେ ରଞ୍ଜିତ ସାହୁ, ହିରଣ୍ୟ ପଣ୍ଡା, ଯୁବ ବିଜେଡି ରାଜ୍ୟ ଯୁଗ୍ମ ସମ୍ପାଦକ ରାଜେଶ ପଣ୍ଡା,ଧିରେନ ସାହୁ, ଦେବଦାସ ମହାନ୍ତି, ଶ୍ରୀକାନ୍ତ ପଣ୍ଡା, ବିଜୟ ମଣ୍ଡଳ, ସବିତା ସାହୁ, ସେକ ଲିୟାକତ(ନସରୁ), ବିଜେଡି ସଂଖ୍ୟାଲଘୁ ସେଲ ସଭାପତି ସେକ ଇନାୟତ(ଚନ୍ଦନ), ସେକ ଗୋଫ୍ରାନ, ଲେଲିନ ସ୍ୱାଇଁ, ନଗର ସଭାପତି ଯଯାତି କେଶରୀ ମହାନ୍ତି, ମଙ୍ଗଳବରଣ ସିଂ, ନାରାୟଣ ସାହୁ, ରଞ୍ଜନ ସାହୁ, ଉମେଶ ନାୟକ, ଲଳିତ ମହାନ୍ତି, ପ୍ରମୋଦ ପ୍ରଧାନ, ରଞ୍ଜନ କର, ମହେନ୍ଦ୍ର ମିଶ୍ର, ପ୍ରଦୀପ୍ତ ମହାନ୍ତି, ମାନସରଞ୍ଜନ ଦାସ, ଭୀମସେନ ବେହେରା, ସଂଗମ କେଶରୀ ସାମଲ, ସଞ୍ଜୟ କୁମାର ଜେନା, ଦୀନେସରାଜ ସିଂ, ସେକ ଅକିଲ, ମହମ୍ମଦ ଅମୀର, ସେକ ନିଆଜ(ମତୁ), ରକିବୁର ରହେମାନ ପ୍ରମୁଖ ପୁରୁଣା ବସଷ୍ଟାଣ୍ଡରେ ଏକାଠି ହୋଇ ବିଜୟ ଉତ୍ସବ ପାଳନ କରିବା ସହ ବାଜା ବଜାଇ, ନାଚକୁଦ କରି ବିଜେଡି ପରଷ୍ପର ମଧ୍ୟରେ ମିଷ୍ଟାନ୍ନ ବଣ୍ଟନ କରି ଖୁସି ମନାଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ