ପିପିଲି ରେ ବିଜେଡ଼ିର ବିଜୟ ପରେ ବାଣ ଫୁଟାଇ ଖୁସି ମନାଇଲେ କର୍ମୀ
ନିମାପଡା,(ସନ୍ତୋଷ ଦାଶ):ପୁରୀ ଜିଲ୍ଲା ପିପିଲି ନିର୍ବାଚନ ମଣ୍ଡଳୀ ବିଧାୟକ ପାଇଁ ଅନୁଷ୍ଠିତ ଉପ ନିର୍ବାଚନ ରେ ବିଜେଡ଼ି ର ବିଜୟ ପରେ ପଡୋଶୀ ନିମାପଡା ନିର୍ବାଚନ ମଣ୍ଡଳୀ ର ବିଜେଡ଼ି କର୍ମୀ ସଂଧ୍ୟା ରେ ବାଣ ଫୁଟାଇ ଖୁସି ମନାଇଥିଲେ l ଚାରିଛକ ନିକଟସ୍ଥ ତୁଳସୀପୁର, ବାହାରେଣା, କଳାପାଞ୍ଚଣ, ଛଣୀଜଙ୍ଗ ପ୍ରଭୃତି ପଞ୍ଚାୟତ ର ବିଜେଡ଼ି କର୍ମୀ ମାନେ ଚାରିଛକ ଓ ତୁଳସୀପୁର ଠାରେ ଏକଜୁଟ ହୋଇ ବିଜେଡ଼ି ବିଧାୟକ ପ୍ରାର୍ଥୀ ବିଜୟୀ ହୋଇଥିବାରୁ ନବୀନ ପଟ୍ଟନାୟକ ଜିନ୍ଦାବାଦ, ସମୀର ଦାଶ ଜିନ୍ଦାବାଦ , ରୁଦ୍ରମହାରଥୀ ଜିନ୍ଦାବାଦ ସ୍ଲୋଗାନ ଦେଇ ମିଷ୍ଟାନ୍ନ ବଣ୍ଟନ କରିବା ସହିତ ବାଣଫୁଟାଇ ଖୁସି ମନାଇଥିଲେ । ବିଜୟୀ ଘୋଷିତ ହେବା ପରେ ନବ ନିର୍ବାଚିତ ବିଧାୟକ ରୁଦ୍ର ମହାରଥୀ ତାଙ୍କ ପ୍ରତିକ୍ରିୟା ରେ କହିଛନ୍ତି ଯେ, ପିପିଲି ନିର୍ବାଚନ ରେ ବିଜୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟ ନାୟକ ଓ ସ୍ବର୍ଗତ ପ୍ରଦୀପ୍ତ ମହାରଥୀ ଙ୍କ ର। ଯେହେତୁ କୋଭିଡ କଟକଣା ରହିଛି ତେଣୁ ପିପିଲି ରେ ବିଜୟ ଉତ୍ସବ ପାଳନ ହେବନାହିଁ। ଏଠାରେ ସୁଚନା ଯୋଗ୍ୟ କି ବିଜେଡ଼ି ପ୍ରାର୍ଥୀ ରୁଦ୍ର ପ୍ରତାପ ମହାରଥୀ ବିଜେପି ପ୍ରାଥୀ ଆଶ୍ରିତପଟ୍ଟନାୟକ ଙ୍କ ଠାରୁ ୨୦ହଜାର ୯୧୬ ଖଣ୍ଡ ଅଧିକ ଭୋଟ ପାଇ ବିଜୟୀ ଘୋଷିତ ହୋଇଛନ୍ତି।