ପିପୁଲସ କଲେଜରେ ଛାତ୍ରୀମାନଙ୍କ ଆତ୍ମ ସୁରକ୍ଷା କୌଶଳ ତାଲିମ ଶିବିର
ବୁଗୁଡା,(ଯୁଗାବ୍ଦ ନ୍ୟୁଜ୍): ସ୍ଥାନୀୟ ପିପୁଲସ କଲେଜରେ ଛାତ୍ରୀମାନଙ୍କ ଆତ୍ମ ସୁରକ୍ଷା କୌଶଳ ତାଲିମ ଶିବିରକୁ ଶନିବାର ଦିନ ପୋଲସରା ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ଶ୍ରୀକାନ୍ତ ସାହୁ ଉଦଘାଟନ ।ଏହି ଉଦଘାଟନ କରିଛନ୍ତି ।କାର୍ଯ୍ୟକ୍ରମରେ ଅଧ୍ୟକ୍ଷ ରଜନୀକାନ୍ତ ଦାଶ ଅଧ୍ୟକ୍ଷତା କରିଥିବା ବେଳେ ଅଧ୍ୟାପକ ଡ଼ଃ ପ୍ରଦୀପ କୁମାର ଦାଶ, ଅଧ୍ୟାପକ ହରେକୃଷ୍ଣ ନାୟକ ଓ ତାଲିମ ଶିବିରର ସଂଯୋଜିକା ଅଧ୍ୟାପିକା ରଶ୍ମିତା କୁମାରୀ ପଟ୍ଟନାୟକ ଅତିଥି ଭାବେ ଯୋଗ ଦେଇଥିଲେ। ଶନିବାର ଠାରୁ ଆରମ୍ଭ ହୋଇଥିବା ଏହି ଆତ୍ମ ସୁରକ୍ଷା ତାଲିମ ଶିବର ୧୨ ଦିନ ଧରି ଚାଲିବା ସହ ଆସନ୍ତା ୧୪ ତାରିଖରେ ଉଦଯାପିତ ହେବ। ମାଷ୍ଟର ଟ୍ରେନର ଭାବେ ଚାନ୍ଦିନୀ ସାହୁ, ପୂଜାରାଣୀ ପ୍ରଧାନ ଓ ରଚନା ପ୍ରଧାନ ଯୋଗଦେଇ ଛାତ୍ରୀମାନଙ୍କୁ ବିଭିନ୍ନ ଆତ୍ମ ସୁରକ୍ଷା କୌଶଳ ତାଲିମ ପ୍ରଦାନ କରିବେ।