ପିପୁଲସ କଲେଜରେ ଜାତୀୟ ସମ୍ବିଧାନ ଦିବସ ପାଳନ

ବୁଗୁଡା, (ଅନିଲ କୁମାର ମହାରଣା):ବୁଗୁଡା ପିପୁଲସ କଲେଜର ରାଜନୀତି ବିଜ୍ଞାନ ବିଭାଗ ପକ୍ଷରୁ ନଭେମ୍ବର ୨୬ ତାରିଖ ଦିନ କଲେଜ ପରିସରରେ ଜାତୀୟ ସମ୍ବିଧାନ ଦିବସ ପାଳନ ସହ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମକୁ କଲେଜର ଅଧ୍ୟକ୍ଷ ପ୍ରଫେସର ରଜନୀକାନ୍ତ ଦାଶ ପ୍ରଦୀପ ପ୍ରଜ୍ଜ୍ୱଳନ କରି ଉଦଘାଟନ କରିଥିଲେ। ଅଧ୍ୟକ୍ଷ ପ୍ରଫେସର ଶ୍ରୀ ଦାଶଙ୍କ ସଭାପତିତ୍ୱରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଗଣିତ ବିଭାଗ ମୁଖ୍ୟ ଅଧ୍ୟାପକ ପ୍ରଫେସର ହରେକୃଷ୍ଣ ନାୟକ ଓ ଉଦ୍ଭିଦ ବିଜ୍ଞାନ ବିଭାଗ ମୁଖ୍ୟ ଅଧ୍ୟାପକ ଡ଼କ୍ଟର ଜୟରାମ ବିଷୋୟୀ ବକ୍ତାଭାବେ ଯୋଗଦେଇ ଜାତୀୟ ସମ୍ବିଧାନ ଦିବସ ବିଷୟରେ ଆଲୋକପାତ କରିଥିଲେ। ରାଜନୀତି ବିଜ୍ଞାନ ବିଭାଗ ମୁଖ୍ୟ ପ୍ରଫେସର ଅକ୍ଷୟ କୁମାର ସାହୁ ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ଅଧ୍ୟାପକ ବିନୋଦ କୁମାର କର ଛାତ୍ରଛାତ୍ରୀମାନଙ୍କୁ ଶପଥ ପାଠ କରାଇଥିଲେ।ଶିବାନୀ ପୋଲାଇ ଓ ପୂଜା ସ୍ବାଇଁ ଆଲୋଚନା ଚକ୍ରରେ ସନ୍ଦର୍ଭ ପଠନ କରିଥିଲେ। ନନ୍ଦିନୀ ବିଶ୍ୱାଳ, ଚିନ୍ମୟ ସାହୁ, ଶୃତି ଶିଖା ପ୍ରଧାନ, ଓ ଅମୃତା ଅପରୁପା ସାହୁ ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମରେ ଭାଗ ନେଇଥିଲେ। ରାଜନୀତି ବିଜ୍ଞାନ ବିଭାଗର ସମସ୍ତ ଛାତ୍ରଛାତ୍ରୀ ଏହି କାର୍ଯ୍ୟକ୍ରମରେ ଯୋଗଦେଇ ଆଲୋଚନାରେ ଭାଗ ନେଇଥିଲେ। କଲେଜର ଇତିହାସ ବିଭାଗ ମୁଖ୍ୟ ଡ଼କ୍ଟର ପ୍ରଦୀପ କୁମାର ଦାଶ, ଆଇ.ଆର.ପି.ଏମ. ବିଭାଗ ମୁଖ୍ୟ ପ୍ରଭଞ୍ଜନ ମୁନି, ଭଗବାନ ସ୍ବାଇଁ, ଅଜୟ କୁମାର ସାହୁ କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରିଥିବା ବେଳେ ଅଧ୍ୟାପକ ଲୋକନାଥ ବେହେରା ଧନ୍ୟବାଦ ପ୍ରଦାନ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ