ପିପୁଲସ କଲେଜରେ ବିଶ୍ୱ ଏଡ୍ସ ଦିବସ ପାଳନ

ବୁଗୁଡା, (ଅନିଲ କୁମାର ମହାରଣା):ଗଞ୍ଜାମ ଜିଲ୍ଲାର ଅନ୍ତର୍ଗତ ବୁଗୁଡା ପିପୁଲସ କଲେଜରେ ଡିସେମ୍ବର ୦୧ ତାରିଖ ଦିନ ବିଶ୍ୱ ଏଡ୍ସ ଦିବସ ପାଳନ ହୋଇଯାଇଛି। ୧୯୮୮ ମସିହା ଠାରୁ ପ୍ରତିବର୍ଷ ବିଶ୍ୱ ସ୍ତରରେ ଡିସେମ୍ବର ୧ ତାରିଖକୁ ଏଡ୍ସ ଦିବସ ଭାବରେ ପାଳନ ହୋଇଆସୁଅଛି। ପ୍ରଥମେ ପିପୁଲସ କଲେଜ ଛାତ୍ରଛାତ୍ରୀ ବୃନ୍ଦ ଏଡ୍ସ ସଚେତନତା ନେଇ ଏକ ରାଲେରେ ସହର ପରିକ୍ରମା କରିଥିଲେ। ବିଶ୍ୱ ଏଡ୍ସ ଦିବସ ଉପଲକ୍ଷେ ଅନୁଷ୍ଠିତ ସଚେତନତା ସଭାରେ କଲେଜର ପ୍ରିନ୍ସପାଲ ରଜନୀକାନ୍ତ ଦାଶ ଅଧ୍ୟକ୍ଷତା କରିଥିବା ବେଳେ ଯୁବ ରେଡକ୍ରସ ଉପଦେଷ୍ଟା ତଥା ଅଧ୍ୟାପକ ବିନୋଦ କୁମାର କର ସ୍ୱାଗତ ଭାଷଣ ସହ ସଂଯୋଜନା କରିଥିଲେ। ଅତିଥି ଭାବେ ଅଧ୍ୟାପକ ଡ଼ଃ ପ୍ରଦୀପ କୁମାର ଦାଶ ଓ ଅକ୍ଷୟ କୁମାର ସାହୁ, ବୁଗୁଡା ସିଏଚ ଇଓ ରଜନୀକାନ୍ତ ପୃଷ୍ଟି, ସିଏଚଓ ଟି.ଚିନ୍ମୟ ପାତ୍ର ଏବଂ ଆଇସିଟିସି ରଶ୍ମିରେଖା ରାଉତ ଯୋଗଦେଇ ଏଡ୍ସ ରୋଗର କାରଣ ଓ ପ୍ରତିକାର ବିଷୟରେ ବକ୍ତବ୍ୟ ରଖିଥିଲେ । ବିଶ୍ୱ ଏଡ୍ସ ଦିବସ ଉପଲକ୍ଷେ ଆୟୋଜିତ ପ୍ରୟିଯୋଗୀତାରେ କୃତ୍ତିତ୍ୱ ଅର୍ଜନ କରିଥିବା ଛାତ୍ରଛାତ୍ରୀଙ୍କୁ ଅତିଥି ବୃନ୍ଦ ପୁରସ୍କାର ପ୍ରଦାନ କରିଥିଲେ। ଶିକ୍ଷାନୁଷ୍ଠାନର ସମସ୍ତ ଛାତ୍ରଛାତ୍ରୀ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ