ପିପୁଲସ କଲେଜରେ ବିଶ୍ୱ ରେଡକ୍ରସ ଦିବସ ପାଳନ

ବୁଗୁଡା, (ଅନିଲ କୁମାର ମହାରଣା):ବୁଗୁଡା ପିପୁଲସ କଲେଜ ଯୁବ ରେଡକ୍ରସ ପକ୍ଷରୁ ମଇ ୮ ତାରିଖ ଦିନ ବିଶ୍ୱ ରେଡକ୍ରସ ଦିବସ ପାଳନ ହୋଇଯାଇଛି। ଏହି କାର୍ଯ୍ୟକ୍ରମକୁ କଲେଜର ପ୍ରିନସ୍ପାଲ ହରିକୃଷ୍ଣ ନାୟକ ପ୍ରଦୀପ ପ୍ରଜ୍ବଳନ କରି ଉଦଘାଟନ କରିଥିଲେ। କଲେଜର ଯୁବ ରେଡକ୍ରସ ପରାମର୍ଶଦାତା, ରାଜନୀତି ବିଜ୍ଞାନ ଅଧ୍ୟାପକ ବିନୋଦ କୁମାର କର ବିଶ୍ୱ ରେଡକ୍ରସ ଦିବସର ମହତ୍ତ୍ୱ ଓ ତାତ୍ପର୍ଯ୍ୟ ବିଷୟ ନେଇ ଯୁବ ରେଡକ୍ରସ ସ୍ୱେଚ୍ଛାସେବୀ ମାନଙ୍କୁ ସୂଚନା ପ୍ରଦାନ କରିଥିଲେ। ଏନସିସି ଅଫିସର ଅଧ୍ୟାପକ ଲେଫନାଣ୍ଟ ଅଜୟ କୁମାର ସାହୁ ସ୍ୱେଚ୍ଛାସେବୀ ବୃନ୍ଦଙ୍କୁ ସମାଜସେବା ନିମନ୍ତେ ପ୍ରେରଣା ପ୍ରଦାନ କରିଥିଲେ। ମହାବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀ ନାୟକ ଯୁବ ସ୍ୱେଚ୍ଛାସେବୀଙ୍କ ନିଷ୍ଠାପରତା ଓ ଦାୟିତ୍ୱବୋଧ ପାଇଁ ଉଚ୍ଚ ପ୍ରଶଂସା କରିଥିଲେ। ଯୁବ ରେଡକ୍ରସ ପକ୍ଷରୁ ପୂଜାରାଣୀ ଦାସ ବକ୍ତବ୍ୟ ପ୍ରଦାନ କରିଥିଲେ। ଶେଷରେ ଯୁବ ରେଡକ୍ରସର ସହ ପରାମର୍ଶଦାତା, ପଦାର୍ଥ ବିଜ୍ଞାନ ଅଧ୍ୟାପିକା ସନ୍ଧ୍ୟାରାଣୀ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ