ପିପୁଲସ କଲେଜରେ ମାଗଣା ଚକ୍ଷୁ ଚିକିତ୍ସା ଶିବିର

ବୁଗୁଡା, (ଅନିଲ କୁମାର ମହାରଣା):ଗଞ୍ଜାମ ଜିଲ୍ଲା ଅନ୍ତର୍ଗତ ବୁଗୁଡା ପିପୁଲସ କଲେଜର ଯୁବ ରେଡକ୍ରସ ଓ ବ୍ରହ୍ମପୁର ରୁବି ଚକ୍ଷୁ ଚିକିତ୍ସାଳୟ ଆନୁକୂଲ୍ୟରେ ଜୁଲାଇ ୨୭ ତାରିଖ ଦିନ କଲେଜ ପରିସରରେ ଏକ ମାଗଣା ଚକ୍ଷୁ ଚିକିତ୍ସା ଶିବିର ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମକୁ କଲେଜର ଭାରପ୍ରାପ୍ତ ଅଧ୍ୟକ୍ଷ ପ୍ରଦୀପ କୁମାର ଦାଶ, ଯୁବ ରେଡକ୍ରସ ପରାମର୍ଶଦାତା ଅଧ୍ୟାପକ ବିନୋଦ କୁମାର କର ଓ ଅଧ୍ୟାପିକା ସନ୍ଧ୍ୟାରାଣୀ ସାହୁ ମିଳିତ ଭାବେ ଉଦଘାଟନ କରିଥିଲେ। ରୁବି ଚକ୍ଷୁ ହସପିଟାଲର ତିନିଜଣଙ୍କ ଦ୍ୱାରା ଚକ୍ଷୁ ଓ ଡାଇବେଟିସ ପରୀକ୍ଷା ହୋଇଥିଲା। ନିକଟସ୍ଥ ବରଡିପଲ୍ଲୀ ଗ୍ରାମର ବୃଦ୍ଧ ଓ ବୃଦ୍ଧା ମାନଙ୍କ ଚକ୍ଷୁ ପରୀକ୍ଷା କରାଯାଇ ୮ ଜଣଙ୍କ ମୋତିଆ ବିନ୍ଦୁ ରୋଗ ଚିହ୍ନଟ ହୋଇ ଥିବା ବେଳେ ସେମାନଙ୍କୁ ଆସନ୍ତାକାଲି ବ୍ରହ୍ମପୁର ନେଇ ମାଗଣାରେ ଅସ୍ତ୍ରୋପଚାର କରାଯିବ। ଏଥିସହ କଲେଜର ୫୭ ଜଣ ଛାତ୍ରଛାତ୍ରୀଙ୍କ ଚକ୍ଷୁ ପରୀକ୍ଷା ଓ ୨୫ ଜଣ ଅଧ୍ୟାପକ ଓ ଅଧ୍ୟାପିକା ଙ୍କ ଡାଇବେଟିସ ପରୀକ୍ଷା କରାଯାଇଥିଲା। କାର୍ଯ୍ୟକ୍ରମରେ ଯୁବ ରେଡକ୍ରସର ସ୍ବେଚ୍ଛାସେବୀ ବୃନ୍ଦ ସହଯୋଗ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ