ପିପୁଲସ କଲେଜରେ ମାନବାଧିକାର ଦିବସ ପାଳନ ଓ ଆଲୋଚନା ଚକ୍ର

ବୁଗୁଡ଼ା, (ଅନିଲ କୁମାର ମହାରଣା) : ଡିସେମ୍ବର ୧୦ ତାରିଖ ହେଉଛି ବିଶ୍ୱ ମାନବାଧିକାର ଦିବସ । ମିଳିତ ଜାତିସଂଘ ପକ୍ଷରୁ ୧୯୫୦ ମସିହାରୁ ଡିସେମ୍ବର ୧୦ ତାରିଖକୁ ମାନବାଧିକାର ଦିବସ ଭାବେ ପାଳନ କରାଯାଉଅଛି । ଏହି ପ୍ରରିପେକ୍ଷିରେ ବୁଗୁଡା ପିପୁଲସ କଲେଜ ରାଜନୀତି ବିଜ୍ଞାନ ବିଭାଗ ପକ୍ଷରୁ କଲେଜ ପରିସରରେ ବିଶ୍ୱ ମାନବାଧିକାର ଦିବସ ପାଳନ ସହ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମକୁ କଲେଜର ଅଧ୍ୟକ୍ଷ ପ୍ରଫେସର ରଜନୀକାନ୍ତ ଦାଶ ଉଦଘାଟନ କରିଥିଲେ। ବିଭାଗର ମୁଖ୍ୟ ପ୍ରଫେସର ଅକ୍ଷୟ କୁମାର ସାହୁ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ଆମନ୍ତ୍ରିତ ଅତିଥି ରିତେଶ କୁମାର ପ୍ରଧାନ ମାନବାଧିକାର ଦିବସ ଓ ଆଲୋଚନା ଚକ୍ର ବିଷୟରେ ବକ୍ତବ୍ୟ ରଖିଥିଲେ । ରାଜନୀତି ବିଜ୍ଞାନ ଅଧ୍ୟାପକ ବିନୋଦ କୁମାର କର ଓ ଲୋକନାଥ ବେହେରା ନିଜ ବକ୍ତବ୍ୟ ରେ ମାନବାଧିକାର ର ଆବଶ୍ୟକ, ଉଲଂଘନ ଓ ପ୍ରତିକାର ବିଷୟରେ ଆଲୋକପାତ କରିଥିଲେ । ଛାତ୍ରୀ ସୁଜ୍ଞାନୀ ବିଷୋୟୀ ଓ ଆଲିସା ପ୍ରଧାନ ଆଲୋଚନା ଚକ୍ର ପାଇଁ ଉଦ୍ଦିଷ୍ଟ ସନ୍ଦର୍ଭ ” ଭାରତୀୟ ସମ୍ବିଧାନରେ ମାନବାଧିକାର ର ଗୁରୁତ୍ୱ ଓ ଏହାର ଅଧ୍ୟୟନ ” କୁ ପାଠ କରିଥିଲେ । ଏହା ଉପରେ ଆଲୋଚନା ଓ ପ୍ରଶ୍ନ ଉତ୍ତର କାର୍ଯ୍ୟକ୍ରମରେ ବିଭାଗର ସମସ୍ତ ଛାତ୍ରଛାତ୍ରୀ ଓ ଅଧ୍ୟାପକ ବୃନ୍ଦ ଅଂଶ ଗ୍ରହଣ କରିଥିଲେ । କଲେଜର ଇଂରାଜୀ ଅଧ୍ୟାପକ ଆତ୍ମ ପ୍ରକାଶ ନାୟକଙ୍କ ହୃଦୟ ସ୍ୱର୍ଶୀ ଭାଷଣ ସମସ୍ତ ଛାତ୍ରଛାତ୍ରୀଙ୍କୁ ମନ୍ତ୍ରମୁଗ୍ଧ କରିପାରିଥିଲା । ଛାତ୍ରୀ ମୌସୁମୀ ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ