ପିପୁଲସ କଲେଜରେ ମାନବାଧିକାର ଦିବସ ପାଳନ

ବୁଗୁଡା, (ଅନିଲ କୁମାର ମହାରଣା):ସମଗ୍ର ବିଶ୍ବରେ ଡିସେମ୍ବର ୧୦ ତାରିଖ ଦିନ ମାନବାଧିକାର ଦିବସ ପାଳନ ହୋଇଆସୁଅଛି। ସେହି ପରିପ୍ରେକ୍ଷୀରେ ବୁଗୁଡା ପିପୁଲସ କଲେଜର ରାଜନୀତି ବିଜ୍ଞାନ ବିଭାଗ ପକ୍ଷରୁ ଡିସେମ୍ବର ୧୦ ତାରିଖ ଦିନ ମାନବାଧିକାର ଦିବସ ପାଳନ ହୋଇଯାଇଛି। ଏହି ଦିବସ ଉପଲକ୍ଷେ ” The dynamic landscape of Human Rights : past, present and future.” ବିଷୟବସ୍ତୁକୁ ନେଇ ଏକ ପାଠଚକ୍ରର ଆୟୋଜନ କରାଯାଇଥିଲା। କଲେଜର ସମ୍ମିଳନୀ କକ୍ଷରେ ଆୟୋଜିତ ପାଠଚକ୍ରରେ କଲେଜର ପ୍ରିନ୍ସପାଲ ପ୍ରଫେସର ହରିକୃଷ୍ଣ ନାୟକ ଅଧ୍ୟକ୍ଷତା କରିଥିଲେ। ଏହି ପାଠଚକ୍ରରେ ବି.ଡି.ପୁର ଗ୍ରାମର ଟିଏସଡି କଲେଜର ରାଜନୀତି ବିଜ୍ଞାନ ବିଭାଗ ଅଧ୍ୟାପକ ଅଲେଖ ଚନ୍ଦ୍ର ଘଡେଇ ମୁଖ୍ୟ ଅତିଥି ଓ ଭଞ୍ଜନଗର ବ୍ଲକ ଗୋଛାବାଡ଼ି ଗ୍ରାମର ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ସହକାରୀ ଶିକ୍ଷକ ଅଜିତ କୁମାର ପଣ୍ଡା ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ। ପିପୁଲସ କଲେଜର ରାଜନୀତି ବିଜ୍ଞାନ ବିଭାଗ ମୁଖ୍ୟ ଅଧ୍ୟାପକ ଅକ୍ଷୟ କୁମାର ସାହୁ ଅତିଥି ପରିଚୟ ସହ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ। ରାଜନୀତି ବିଜ୍ଞାନ ଅଧ୍ୟାପକ ଡକ୍ଟର ବିନୋଦ କୁମାର କର ପାଠଚକ୍ରର ବିଷୟରେ ସଂକ୍ଷିପ୍ତ ସୂଚନା ପ୍ରଦାନ କରିଥିଲେ। ରାଜନୀତି ବିଜ୍ଞାନ ବିଭାଗର ଅଧ୍ୟାପକ ଲୋକନାଥ ବେହେରା ଓ ପବିତ୍ର କୁମାର ଖଣ୍ଡୁଆଳଙ୍କ ସମେତ ଇଂରାଜୀ ବିଭାଗ ମୁଖ୍ୟ ଅଧ୍ୟାପକ ଆତ୍ମପ୍ରକାଶ ନାୟକ ଓ ସାମ୍ବାଦିକ ପ୍ରଫୁଲ କୁମାର ପଟ୍ଟନାୟକ(ବାବୁଲି) ମଧ୍ୟ ଉପସ୍ଥିତ ଥିଲେ। ଦ୍ଵିତୀୟ ବର୍ଷର ଛାତ୍ରୀ ରୂପାଲି ପାତ୍ର ଓ ପ୍ରଥମ ବର୍ଷର ଛାତ୍ରୀ ଗୀତାଞ୍ଜଳୀ ପ୍ରଧାନ ପାଠଚକ୍ରର ସନ୍ଦର୍ଭ ପଠନ କରିଥିଲେ। ସନ୍ଦର୍ଭ ପଠନ ପରେ ମୁଖ୍ୟ ଅତିଥି ଅଧ୍ୟାପକ ଶ୍ରୀ ଘଡେଇ ପାଠଚକ୍ରର ବିଷୟର ବିଭିନ୍ନ ଦିଗ ବିଷୟରେ ଆଲୋକପାତ କରିଥିଲେ। ସମ୍ମାନିତ ଅତିଥି ଶ୍ରୀ ପଣ୍ଡା ପାଠଚକ୍ର ଉପରେ ଆଧାରିତ ୱାନ ଦବା ସହ ବ୍ୟଙ୍ଗ କବିତା, ଅଭିନୟ ଓ ସଙ୍ଗୀତ ମାଧ୍ୟମରେ ଛାତ୍ରଛାତ୍ରୀଙ୍କ ମନରେ ଆନନ୍ଦ ଉଲ୍ଲାସର ବାତାବରଣ ସୃଷ୍ଟି କରିଥିଲେ। ଏହାପରେ ଅନୁଷ୍ଠିତ ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀ ବୃନ୍ଦ ସକ୍ରିୟଭାବେ ଅଂଶ ଗ୍ରହଣ କରିଥିଲେ। ଶେଷରେ ତୃତୀୟ ବର୍ଷ ଛାତ୍ରୀ ରୋଜାଲିନ ପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ