ପିପୁଲସ କଲେଜରେ ମାନବିକ ଅଧିକାର ଦିବସ ପାଳନ

ବୁଗୁଡା, (ଅନିଲ କୁମାର ମହାରଣା):ବୁଗୁଡା ବ୍ଳକ ପିପୁଲସ କଲେଜର ରାଜନୀତି ବିଜ୍ଞାନ ବିଭାଗରେ ମାନବିକ ଅଧିକାର ଦିବସ ପାଳନ ସହ ଆଲୋଚନା ଚକ୍ର ୧୦ ତାରିଖ ରବିବାର ଦିନ ଅନୁଷ୍ଠିତ ହୋଇଯାଇଛି। ଆଜିର ଆଲୋଚନାର ମୁଖ୍ୟ ବିଷୟ ବସ୍ତୁ ଥିଲା “ମାନବିକ ଅଧିକାର ଏବଂ ପରିବେଶ ମଧ୍ୟରେ ସଂଯୋଗର ବିଶ୍ଳେଷଣ ପାଇଁ ଧାରଣାର ମୂଳଦୁଆ” ରହିଥିଲା । ଏହି କାର୍ଯ୍ୟକ୍ରମକୁ କଲେଜର ଅଧ୍ୟକ୍ଷ ହରେକୃଷ୍ଣ ନାୟକ ପ୍ରଦୀପ ପ୍ରଜ୍ବଳନ କରି ଆରମ୍ଭ କରିଥିଲେ। ରାଜନୀତି ବିଜ୍ଞାନର ଅଧ୍ୟାପକ ଲୋକନାଥ ବେହେରା ସ୍ବାଗତ ଭାଷଣ ପ୍ରଦାନ କରିଥିଲେ। ଏହାପରେ ବିଭାଗର ମୁଖ୍ୟ ଅଧ୍ୟାପକ ଅକ୍ଷୟ କୁମାର ସାହୁ ଏହି ବିଷୟ ଉପରେ ବକ୍ତବ୍ୟ ପ୍ରଦାନ କରିଥିଲେ। ଅଧ୍ୟାପକ ବିନୋଦ କୁମାର କରଙ୍କ ସହାୟତାରେ ପ୍ରସ୍ତୁତ ସନ୍ଦର୍ଭକୁ +୩ ଦ୍ୱିତୀୟ ବର୍ଷର ଛାତ୍ରୀ ପାୟଲ ରାଣୀ ସ୍ବାଇଁ ଓ ଆଶା ରାଣୀ ସେନାପତି ପାଠ କରିଥିଲେ। ଏହାପରେ ଆଲୋଚନା ଓ ପ୍ରଶ୍ନ ଉତ୍ତର କାର୍ଯ୍ୟକ୍ରମରେ ବିଭାଗର ସମସ୍ତ ଛାତ୍ରଛାତ୍ରୀ ଏବଂ ଅଧ୍ଯାପକ ବୃନ୍ଦ ଅଂଶ ଗ୍ରହଣ କରିଥିଲେ। ଉଦ୍ଭିଦ ବିଜ୍ଞାନ ବିଭାଗର ମୁଖ୍ୟ ଅଧ୍ୟାପକ ଡକ୍ଟର ଜୟରାମ ବିଷୋୟୀ ମାନବିକ ଅଧିକାର ଓ ପରିବେଶ ସୁରକ୍ଷା ସମ୍ବନ୍ଧରେ ଛାତ୍ରଛାତ୍ରୀମାନଙ୍କୁ ସଚେତନତା କରାଇଥିଲେ। ମହାବିଦ୍ୟାଳୟ ଅଧ୍ୟକ୍ଷ ଶ୍ରୀ ନାୟକ ଉକ୍ତ ବିଷୟ ଉପରେ ନିଜର ମତ ପ୍ରକାଶ କରିଥିଲେ। ଶେଷରେ ତୃତୀୟ ବର୍ଷର ଛାତ୍ରୀ ପୂଜାରାଣୀ ଦାସ ଧନ୍ୟବାଦ ଅର୍ପଣ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ