ପିପୁଲସ କଲେଜରେ ରାଜ୍ୟସ୍ତରୀୟ ଆଲୋଚନା ଚକ୍ର
ବୁଗୁଡା, (ଅନିଲ କୁମାର ମହାରଣା) :ବୁଗୁଡା ପିପୁଲସ କଲେଜର ରାଜନୀତି ବିଜ୍ଞାନ ବିଭାଗ ପକ୍ଷରୁ ଅକ୍ଟୋବର ୧୪ ତାରିଖ ଦିନ “ମହିଳା ସଶକ୍ତିକରଣ : ତତ୍ତ୍ଵ, ପ୍ରକ୍ରିୟା, ବାସ୍ତବ କାର୍ଯ୍ୟକାରିତା, ଏବଂ ଗୁରୁତ୍ୱପୂର୍ଣ୍ଣ ବିଶ୍ଳେଷଣ” ବିଷୟକୁ ନେଇ ଏକ ରାଜ୍ୟ ସ୍ତରୀୟ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି। କଲେଜର ପ୍ରିନ୍ସପାଲ ହରିକୃଷ୍ଣ ନାୟକ ଆଲୋଚନା ଚକ୍ରରେ ଅଧ୍ୟକ୍ଷତା କରିବା ସହିତ ପ୍ରଦୀପ ପ୍ରଜ୍ଜ୍ୱଳନ କରି ଉଦଘାଟନ କରିଥିଲେ। ଆଇକିୟୁଏସି ସଂଯୋଜକ ଡକ୍ଟର ପ୍ରଦୀପ କୁମାର ଦାସ ଆଲୋଚନା ଚକ୍ରର ବିଷୟ ବସ୍ତୁ ବର୍ଣ୍ଣନା କରିଥିଲେ। ତୃତୀୟ ବର୍ଷର ଛାତ୍ରୀ ପୂଜାରାଣୀ ଦାସ ଓ ଅମୃତା ଅପରୁପା ସାହୁ ଆଲୋଚନା ଚକ୍ରର ସନ୍ଦର୍ଭ ପାଠ କରିଥିଲେ। ମୁଖ୍ୟ ଅତିଥି ଭାବେ କଳିଙ୍ଗ ଇନଷ୍ଟିଚ୍ୟୁଟ ଅଫ ସୋସିଆଲ ସାଇନ୍ସ ଏବଂ ଉତ୍କଳ ବିଶ୍ଵବିଦ୍ୟାଳୟର ଅଧ୍ୟାପକ ପ୍ରଫେସର ବ୍ରହ୍ମାନନ୍ଦ ଶତପଥୀ ଯୋଗଦେଇ ମହିଳା ସଶକ୍ତିକରଣ ଦିଗରେ ଗମ୍ଭୀର ଅଆଲୋଚନା କରିବା ସହ ମହିଳାମାନେ କିପରି ନିଜର ପରିଚୟ ସୃଷ୍ଟି କରି ପାରିବେ ମାର୍ଗ ଦର୍ଶନ କରିଥିଲେ। ସମ୍ମାନିତ ଅତିଥି ଭାବେ ଶରଣକୁଳ କଲେଜ ଅଧ୍ୟାପକ ଅନ୍ତର୍ଯ୍ୟାମୀ ପରିଡା, ବାଲିପଦର କଲେଜ ଅଧ୍ୟାପକ ଭାଗଗ୍ରହୀ ପଣ୍ଡା, ପିପୁଲସ କଲେଜର ରାଜନୀତି ବିଜ୍ଞାନ ବିଭାଗ ମୁଖ୍ୟ ଅଧ୍ୟାପକ ଅକ୍ଷୟ କୁମାର ସାହୁ, ଅଧ୍ୟାପକ ବିନୋଦ କୁମାର କର, ଓ ଲୋକନାଥ ବେହେରା ଯୋଗଦେଇ ନିଜ ନିଜର ବକ୍ତବ୍ୟ ରଖିଥିଲେ। ଶେଷରେ ଅଧ୍ୟାପକ ଶ୍ରୀ ବେହେରା ଧନ୍ୟବାଦ ଅର୍ପଣ କରିଥିଲେ।


