ପିପୁଲସ କଲେଜର କ୍ରୀଡା ଓ ସାଂସ୍କୃତିକ ପ୍ରତିଯୋଗିତା ଉଦଯାପିତ
ବୁଗୁଡା, (ଅନିଲ କୁମାର ମହାରଣା) : ବୁଗୁଡା ପିପୁଲସ କଲେଜରେ ତିନି ଦିନ ଧରି ଛାତ୍ରଛାତ୍ରୀଙ୍କ ମଧ୍ୟରେ ଚାଲିଥିବା କ୍ରୀଡା ଓ ସାଂସ୍କୃତିକ ପ୍ରତିଯୋଗିତା ଅକ୍ଟୋବର ୨୦ ତାରିଖ ଦିନ ଉଦଯାପିତ ହୋଇଯାଇଛି। ଓଡିଶା ସରକାରଙ୍କ ଉଚ୍ଚ ଶିକ୍ଷା ବିଭାଗର ନିର୍ଦ୍ଦେଶ କ୍ରମେ ଏହି କାର୍ଯ୍ୟକ୍ରମ ଅକ୍ଟୋବର ୧୭ ତାରିଖ ଦିନ ଆରମ୍ଭ ହୋଇଥିଲା। ଏହି କାର୍ଯ୍ୟକ୍ରମରେ କଲେଜର ପ୍ରିନ୍ସପାଲ ଅଧ୍ୟକ୍ଷତା କରିଥିବା ବେଳେ ମୁଖ୍ୟ ଅତିଥି ଭାବେ ବୁଗୁଡା ବିଡ଼ିଓ ସନ୍ତୋଷ କୁମାର ଜେନା, ମୁଖ୍ୟ ବକ୍ତା ଭାବେ ଗଭର୍ନିଂ ବଡ଼ି ସଭାପତି ରଜନୀକାନ୍ତ ଭଟ୍ଟ ଏବଂ ସମ୍ମାନିତ ଅତିଥି ଭାବେ କ୍ରୀଡା ଆସୋସିଏସନ ଉପ ସଭାପତି ଅଧ୍ୟାପକ ସୁଶାନ୍ତ କୁମାର ସାହୁ, କ୍ରୀଡା ଉପସଭାପତି ଅଧ୍ୟାପକ ଆତ୍ମ ପ୍ରକାଶ ନାୟକ, ଓ ଆଇ.କିୟୁ.ଏ.ସି. ସଂଯୋଜକ ଡକ୍ଟର ପ୍ରଦୀପ କୁମାର ଦାସ ଯୋଗଦେଇଥିଲେ। ଅତିଥି ବୃନ୍ଦ ସରକାର ଯୁକ୍ତ ତିନି ଛାତ୍ରଛାତ୍ରୀଙ୍କ ମଧ୍ୟରେ କ୍ରୀଡା ଓ ସାଂସ୍କୃତିକ ପ୍ରତିଯୋଗିତାର ଉଦ୍ଦେଶ୍ୟ ଓ ଆବଶ୍ୟକ ବିଷୟରେ ଆଲୋକପାତ କରିଥିଲେ। ବିଭିନ୍ନ ସାଂସ୍କୃତିକ ଓ କ୍ରୀଡା ପ୍ରତିଯୋଗିତାରେ କୃତିତ୍ବ ହାସଲ କରିଥିବା ଛାତ୍ରଛାତ୍ରୀଙ୍କୁ ପ୍ରମାଣ ପତ୍ର ସହ ପୁରସ୍କାର ପ୍ରଦାନ କରିଥିଲେ। ତୃତୀୟ ବର୍ଷ ଛାତ୍ରୀ ଶାଳିନୀ ପ୍ରଧାନ ପ୍ରାରମ୍ଭିକ ସଙ୍ଗୀତ ଗାନ କରିଥିବା ବେଳେ କ୍ରୀଡା ଅଧ୍ୟାପକ କ୍ରିଷ୍ଣା ରାଓ ପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ।