ପିପୁଲସ କଲେଜ ଗଭର୍ଣ୍ଣିଙ୍ଗ ବଡି ବୈଠକ
ବୁଗୁଡା,(ଯୁଗାବ୍ଦ ନ୍ୟୁଜ୍):ବୁଗୁଡାସ୍ଥିତ ସ୍ଥାନୀୟ ପିପୁଲସ କଲେଜର ଗଭର୍ଣ୍ଣିଙ୍ଗ ବଡି ବୈଠକ ଶନିବାର ଦିନ ଅନୁଷ୍ଟିତ ହୋଇଯାଇଛି । ଏହି ବୈଠକରେ ପୋଲସରା ବିଧାୟକ ତଥା କଲେଜ ସଭାପତି ଶ୍ରୀକାନ୍ତ ସାହୁ ଅଧ୍ୟକ୍ଷତା କରିଥିଲେ। ପ୍ରିନିସପାଲ ତଥା ସମ୍ପାଦକ ରଜନୀକାନ୍ତ ଦଶ ପୂର୍ବ ବୈଠକର ବିବରଣୀ ପଠନ ସହ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ। ଏଥିରେ କଲେଜର ବିଭିନ୍ନ ଉନ୍ନୟନ ବିଷୟରେ ଆଲୋଚନା ହୋଇଥିଲା।ଅନ୍ୟମାନଙ୍କ ମଧ୍ୟରେ ବୁଗୁଡା ବ୍ଲକ ଅଧ୍ୟକ୍ଷା ମାମି ସେନାପତି,ଜିଲ୍ଲା ପରିଷଦ ସଦସ୍ୟ ରେବତୀ ମୋହନ ନାୟକ,ଡାକ୍ତର ଦୟାନିଧି ରାଉତ ଏବଂ ଅନ୍ୟାନ ସଦସ୍ୟ ଓ ସଦ୍ୟସ୍ୟା ବୃନ୍ଦ ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ।


