ପିପୁଲସ କଲେଜ ଯୁବ ରେଡକ୍ରସ ପକ୍ଷରୁ ରକ୍ତଦାନ ଶିବିର

ବୁଗୁଡ଼ା, (ଅନିଲ କୁମାର ମହାରଣା) : ଗଞ୍ଜାମ ଜିଲ୍ଲାର ବୁଗୁଡା ପିପୁଲସ କଲେଜ ଯୁବ ରେଡକ୍ରସ ପକ୍ଷରୁ ସେପ୍ଟେମ୍ବର ୨୧ ତାରିଖ ଦିନ ଏକ ସ୍ବେଚ୍ଛାକୃତ ରକ୍ତଦାନ ଶିବିର କଲେକ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି। ଏହି ରକ୍ତଦାନ ଶିବିରକୁ କଲେଜର ପ୍ରିନ୍ସପାଲ ହରିକୃଷ୍ଣ ନାୟକ ଓ ପରିଚାଳନା ପରିଷଦ ସଭାପତି ରଜନୀକାନ୍ତ ଭଟ୍ଟ ଉଦଘାଟନ କରିଥିଲେ। ପିପୁଲସ କଲେଜର ଯୁବ ରେଡକ୍ରସ ଉପଦେଷ୍ଟା ଅଧ୍ୟାପକ ପବିତ୍ର ଖଣ୍ଡୁଆଳଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଓ ଭଞ୍ଜନଗର ଉପଖଣ୍ଡ ରକ୍ତ ଭଣ୍ଡାର କର୍ମଚାରୀଙ୍କ ସହାୟତାରେ ୬୮ ୟୁନିଟ ରକ୍ତ ସଂଗୃହିତ ହୋଇଥିଲା। ଅଧ୍ୟାପକ ଅକ୍ଷୟ କୁମାର ସାହୁ, ବିନୋଦ କୁମାର କର, ରବୀନ୍ଦ୍ର କୁମାର ପୋଲାଇ, ଅଧ୍ୟାପିକା ସସ୍ମିତା ସାମନ୍ତରା, ଯୁବ ରେଡକ୍ରସ ମହିଳା ଉପଦେଷ୍ଟା ଅଧ୍ୟାପିକା କ୍ରୀଷ୍ଣା କୁମାରୀ ବାର୍ଗେ ଓ ବୁଗୁଡା ମେଡ଼ିକାଲ ଆୟୁଷ ଡାକ୍ତର ହିମାଂଶୁ ଶେଖର ପଣ୍ଡା ପ୍ରମୁଖ ରକ୍ତଦାନ ଶିବିରକୁ ସଫଳତା କରିବାରେ ସହଯୋଗ କରିଥିଲେ। ସାମ୍ବାଦିକ ପ୍ରଫୁଲ କୁମାର ପଟ୍ଟନାୟକ ନିଜେ ରକ୍ତଦାନ କରିବା ସହ ରକ୍ତଦାତାଙ୍କୁ ଉତ୍ସାହିତ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ