ପିପୁଲସ କଲେଜ ରାଜନୀତି ବିଜ୍ଞାନ ବିଭାଗର ନବାଗତ ଛାତ୍ରଛାତ୍ରୀଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା
ବୁଗୁଡା, (ଅନିଲ କୁମାର ମହାରଣା):ଗଞ୍ଜାମ ଜିଲ୍ଲାର ବୁଗୁଡା ପିପୁଲସ କଲେଜ ରାଜନୀତି ବିଜ୍ଞାନ ବିଭାଗର +୩ ପ୍ରଥମ ବର୍ଷର ନବାଗତ ଛାତ୍ରଛାତ୍ରୀ ମାନଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା। ସ୍ୱାଗତ ସଭାରେ କଲେଜର ପ୍ରିନ୍ସପାଲ ହରିକୃଷ୍ଣ ନାୟକ ଅଧ୍ୟକ୍ଷତା କରିବା ସହ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ। ବିଭାଗର ମୁଖ୍ୟ ଅଧ୍ୟାପକ ଅକ୍ଷୟ କୁମାର ସାହୁ ଅତିଥି ପରିଚୟ ପ୍ରଦାନ କରିଥିଲେ। ଅତିଥିଭାବେ ଓଡ଼ିଆ ବିଭାଗ ଅଧ୍ୟାପକ ଡକ୍ଟର ସଞ୍ଜୟ କୁମାର ପ୍ରଧାନ, ରାଜନୀତି ବିଜ୍ଞାନ ଅଧ୍ୟାପକ ଲୋକନାଥ ବେହେରା ଓ ବିନୋଦ କୁମାର କର ଯୋଗଦେଇଥିଲେ। ପ୍ରଥମେ +୩ ତୃତୀୟ ବର୍ଷ ଛାତ୍ରୀ ପୂଜାରାଣୀ ଦାସ ରାଜନୀତି ବିଜ୍ଞାନ ବିଭାଗ ରୂପରେଖ ବିଷୟରେ ଧାରଣା ପ୍ରଦାନ କରିଥିଲେ। +୩ ପ୍ରଥମ ବର୍ଷ ଛାତ୍ରଛାତ୍ରୀ ବୃନ୍ଦ ନିଜର ପରିଚୟ ପ୍ରଦାନ କରିଥିଲେ। ତୃତୀୟ ବର୍ଷ ଛାତ୍ରଛାତ୍ରୀ ବୃନ୍ଦ ନବାଗତଙ୍କୁ ସ୍ୱାଗତ କରିବା ସହ ବିଭାଗରେ ସେମାନଙ୍କ ଅନୁଭୂତି ପ୍ରକାଶ କରିଥିଲେ। ସେହିପରି ଅଧ୍ୟକ୍ଷ ଶ୍ରୀ ନାୟକ, ଅଧ୍ୟାପକ ଶ୍ରୀ ପ୍ରଧାନ, ଶ୍ରୀ ସାହୁ, ଶ୍ରୀ ବେହେରା ଓ ଶ୍ରୀ କର ସମସ୍ତେ ନବାଗତଙ୍କୁ ସ୍ୱାଗତ କରିବା ସହ ଶୃଙ୍ଖଳିତ ଓ ଚରିତ୍ରବନ ଛାତ୍ରଛାତ୍ରୀ ହେବା ଓ ଉତ୍ତମ ଶିକ୍ଷା ଗ୍ରହଣ ପାଇଁ ପରାମର୍ଶ ଦେଇଥିଲେ। ଶେଷରେ ତୃତୀୟ ବର୍ଷ ଛାତ୍ରୀ ମୌସୁମୀ ବିଷୋୟୀ ଧନ୍ୟବାଦ ଅର୍ପଣ କରିଥିଲେ।


