ପିପୁଲସ କଲେଜ ରାଜନୀତି ବିଜ୍ଞାନ ବିଭାଗ ପକ୍ଷରୁ ପାଠଚକ୍ର
ବୁଗୁଡା, (ଅନୀଲ କୁମାର ମହାରଣା) : ବୁଗୁଡା ପିପୁଲସ କଲେଜର ରାଜନୀତି ବିଜ୍ଞାନ ବିଭାଗ ପକ୍ଷରୁ ଏକ ପାଠଚକ୍ର ଅନୁଷ୍ଠିତ ହୋଇଯାଇଛି। ଏହି ପାଠଚକ୍ରର ବିଷୟ ବସ୍ତୁ ଥିଲା :- ” E-governance as a path way to good governance : opportunities and challenges in contemporary India”. କଲେଜର ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଏହି ପାଠଚକ୍ରକୁ ଭାଇସ ପ୍ରିନ୍ସିପାଲ ହରିକୃଷ୍ଣ ନାୟକ ପ୍ରଦୀପ ପ୍ରଜ୍ଜ୍ୱଳନ କରି ଶୁଭାରମ୍ଭ କରିଥିଲେ। ପ୍ରଥମ ବର୍ଷର ଛାତ୍ରୀ ଜ୍ୟୋତିଶ୍ମିତା ସାହୁ ଅତିଥିମାନଙ୍କ ପରିଚୟ ପ୍ରଦାନ କରିଥିଲେ। ଅଧ୍ୟାପକ ପବିତ୍ର ଖଣ୍ଡୁଆଳ ପାଠଚକ୍ରର ବିଷୟ ବସ୍ତକୁ ନେଇ ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିଲେ। ତୃତୀୟ ବର୍ଷର ଛାତ୍ରୀ ଦ୍ୱୟ ପୂଜା ଗୌଡ଼ ଓ ରେସ୍ମା ସେଠୀ ପାଠଚକ୍ରର ସନ୍ଦର୍ଭକୁ ପଠନ କରି ସୁନ୍ଦର ଭାବେ ଉପସ୍ଥାପନ କରିଥିଲେ। ପାଠଚକ୍ରର ମୁଖ୍ୟ ଅତିଥି ତଥା ମୁଖ୍ୟ ବକ୍ତା, ନୟାଗଡ଼ ଜିଲ୍ଲାର ଶରଣକୁଳ କଲେଜର ରାଜନୀତି ବିଜ୍ଞାନ ବିଭାଗର ଅଧ୍ୟାପକ ଅନ୍ତର୍ଯ୍ୟାମୀ ପରିଡା ଯୋଗଦେଇଥିଲେ। ଅଧ୍ୟାପକ ଶ୍ରୀ ପରିଡା ନିଜ ବକ୍ତବ୍ୟରେ e-governance ର ଉପଯୋଗିତା କିପରି good governance କୁ ପ୍ରଭାବିତ କରୁଛି ଓ ଆଉ ସବୁ କଣ ପଦକ୍ଷେପ ଗ୍ରହଣ କଲେ good governance ଆହୁରି ଉତ୍ତମ ହୋଇ ପାରିବ ସେହି ବିଷୟରେ ମତ ପ୍ରଦାନ କରିଥିଲେ। ଏହା ପରେ ପଶ୍ନୋତ୍ତର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। କଲେଜର ରାଜନୀତି ବିଜ୍ଞାନ ବିଭାଗର ମୁଖ୍ୟ ଅଧ୍ୟାପକ ଅକ୍ଷୟ କୁମାର ସାହୁ e-governance କିପରି ଗ୍ରାମୀଣ ଜୀବନକୁ ଉନ୍ନତି କରିପାରିଛି ମତ ପ୍ରଦାନ କରିଥିଲେ। ବିଭାଗର ଅନ୍ୟତମ ଅଧ୍ୟାପକ ଲୋକନାଥ ବେହେରା ବୈଷୟିକ ବିକାଶର ଉନ୍ନତସ୍ତରକୁ ଉଚିତ ବ୍ୟବହାର ପାଇଁ ପରାମର୍ଶ ଦେଇଥିଲେ। ଶେଷରେ ପ୍ରଥମ ବର୍ଷର ଛାତ୍ର ସୋମିତ ପରିଡା ଧନ୍ୟବାଦ ଅର୍ପଣ କରିଥିଲେ।