ପିପୁଲସ ହାଇ ସ୍କୁଲ କେନ୍ଦ୍ରରେ ପଞ୍ଚମ ଶ୍ରେଣୀ ବୃତ୍ତି ପରୀକ୍ଷା
ବୁଗୁଡା, (ଅନିଲ କୁମାର ମହାରଣା):ସ୍ଥାନୀୟ ପିପୁଲସ ହାଇ ସ୍କୁଲ ପରୀକ୍ଷା କେନ୍ଦ୍ରରେ ଡିସେମ୍ବର ୦୮ ରାରିଖ ଦିନ ପଞ୍ଚମ ଶ୍ରେଣୀ ବୃତ୍ତି ପରୀକ୍ଷା ଅନୁଷ୍ଠିତ ହୋଇଯାଇଛି। ଦିବା ୧୦ ଘଣ୍ଟାରୁ ୧୨ ଘଣ୍ଟା ପର୍ଯ୍ୟନ୍ତ ଏହି ପରୀକ୍ଷା ଅନୁଷ୍ଠିତ ହୋଇଥିଲା। ବୁଗୁଡା ବ୍ଲକର ବିଭିନ୍ନ ବିଦ୍ୟାଳୟରୁ ୯୯ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିବା ବେଳେ ଜଣେ ପରୀକ୍ଷାର୍ଥୀ ଅନୁପସ୍ଥିତି ରହିଥିବା ଜଣାପଡିଛି। ବୁଗୁଡା ଏବିଇଓ ପ୍ରମୋଦ ଚନ୍ଦ୍ର ସେନାପତି ପର୍ଯ୍ୟବେକ୍ଷକ ଭାବେ କାର୍ଯ୍ୟ ସମ୍ପାଦନ କରିଥିବା ବେଳେ ତାଳସାକର ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷକ ସୀମାଞ୍ଚଳ ସେଠୀ ପରୀକ୍ଷା କେନ୍ଦ୍ର ଅଧିକ୍ଷକ ଭାବେ କାର୍ଯ୍ୟ ପରିଚାଳନା କରିଥିଲେ। ନିରୀକ୍ଷକ ଭାବେ ସିଆରସିସ ରାଜ କିଶୋର ଦାଶ, ପ୍ରତାପ କୁମାର ଖଡାଙ୍ଗା, ମାନସ ରଞ୍ଜନ ସେଠୀ, ଡି.ବାସୁଦେବ ଦୋରା, ରାଜେଶ କୁମାର ସାହୁ, ଆଶୁତୋଷ ମିଶ୍ର, ପ୍ରଫୁଲ କୁମାର ସାହୁ, ଓ ସନ୍ତୋଷ କୁମାର ସାହୁ କାର୍ଯ୍ୟ ନିର୍ବାହ କରିଥିଲେ। ଶାନ୍ତି ଶୃଙ୍ଖଳା ସହ ଏହି ବୃତ୍ତି ପରୀକ୍ଷା ସମ୍ପନ୍ନ ହୋଇଥିବା ଜଣାପଡିଛି।