ପିପୁଲ ଫର ଦି ପବ୍ଲିକ୍ ତରଫରୁ ବ୍ରହ୍ମପୁର ନୂତନ ମହାନଗର ନିଗମ କମିଶନର ଙ୍କୁ ସ୍ଵାଗତ ସମ୍ବର୍ଦ୍ଧନା

ବ୍ରହ୍ମପୁର,(ରାଜେଶ କୁମାର ପଟ୍ଟନାୟକ):ଆଜି ପିପୁଲ ଫର ଦି ପବ୍ଲିକ୍ ତରଫରୁ ନୂତନ ବ୍ରହ୍ମପୁର ମହାନଗର ନିଗମ କମିଶନର ଙ୍କୁ ସ୍ଵାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା । ଏଥି ସହ ସଂସ୍ଥା ତରଫରୁ ପୂର୍ବରୁ କରୋନା ପାଇଁ ଚଳିତ ବର୍ଷ ହୋଲଡିଂ ଟେକ୍ସ ଛାଡ କରିବା, ଟେକ୍ସ ବୃଦ୍ଧି କରିବା ପୂର୍ବରୁ ଓଡ଼ିଶା ମହାନଗର ନିଗମ ଆଇନ, ୨୦୦୩ ଅନୁଯାୟୀ ଜନଶୁଣାଣୀ କରିବା ଏବଂ ବ୍ରହ୍ମପୁର ମହାନଗର ନିଗମ ର ସମସ୍ତ ୱାର୍ଡରେ କୋଭିଡ କମିଟି ଗଠନ କରାଯାଇ କାର୍ଯ୍ୟକ୍ଷମ କରିବା ବିଷୟରେ ତତ୍କାଳିନ ମହାନଗର ନିଗମ କମିଶନର ଶ୍ରୀ ଚକ୍ରବର୍ତ୍ତୀ ସିଂ ରାଠୋଡ଼ ଙ୍କ ପାଖରେ ଦାବି କରାଯାଇଥିଲା । ଆଜିର ଏହି ସମ୍ବର୍ଦ୍ଧନା ସମୟରେ ନୂତନ କମିଶନର ଙ୍କ ସହ ଉକ୍ତ ବିଷୟରେ ଆଲୋଚନା ହୋଇଥିଲା । ଏହି କାର୍ଯ୍ୟକ୍ରମ ରେ ସଭାପତି ଆଇନଜୀବୀ ଡଃ ସୁବ୍ରତ ସାହୁ, ସମ୍ପାଦକ ସତୀଶ୍ ପାଣିଗ୍ରାହୀ, କୋଷାଧ୍ୟକ୍ଷ କୁନାଲ ସାହୁ, ପେଟ୍ରନ ହେମାଙ୍ଗ ରାଉଳ, ଅଞ୍ଜଳି ମହାନ୍ତି, ଦିନେଶ ପଟନାୟକ, କପିଲ୍ ପାଢି, ଡ଼ାଃ ସାଗର ରଞ୍ଜନ ତ୍ରିପାଠୀ, ବିଶ୍ବନାଥ ମହାରଣା, ।ପ୍ରମୁଖ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ