ପିମ୍ପୁଡି କାମୁଡିଲେ ହୋଇପାରେ ମୃତ୍ୟୁ
ବିଶ୍ୱରେ ଜୀବଜନ୍ତୁଙ୍କର ବିଭିନ୍ନ ପ୍ରଜାତି ରହିଛନ୍ତି । ଏମାନଙ୍କ ମଧ୍ୟରୁ କେହି କେହି ମଣିଷର ଭଲ କରୁଥିବା ବେଳେ କେତେକ ହାନି ପହଞ୍ଚାଇଥାନ୍ତି । ଏମିତି ତ ଅନେକ ହାନିକାରକ ଜୀବଜନ୍ତୁ ଓ ସରୀସୃପଙ୍କ ସମ୍ପର୍କରେ ଶୁଣିଥିବେ । କିନ୍ତୁ ଏସବୁ ଭିତରେ ଏବେ ଏକ ପିମ୍ପୁଡ଼ି ସ୍ଥାନ ପାଇଛି । ସାଧାରଣରେ ପିମ୍ପୁଡ଼ି କାମୁଡ଼ିଦେଲେ ସାମାନ୍ୟ କଷ୍ଟ ହେବା ପରେ ସ୍ଥାନଟି ଫୁଲିଯାଏ ଏବଂ ପରେ ଭଲ ହୋଇଯାଏ । କିନ୍ତୁ ଏହା ହେଉଛି ଦୁନିଆର ସବୁଠୁ ବିଷାକ୍ତ ପିମ୍ପୁଡ଼ି । ଏହି ପିମ୍ପୁଡ଼ି କାମୁଡ଼ିଲେ ମୃତ୍ୟୁ ସୁନିଶ୍ଚିତ । ଆଫ୍ରିକାର ଜଙ୍ଗଲରେ ଦେଖାଯାଉଥିବା ଏହି ପିମ୍ପୁଡ଼ିକୁ ସେମାନଙ୍କ ବିଷାକ୍ତ ଶୁଣ୍ଢ ଯୋଗୁ ଆର୍ମି ଆଣ୍ଟ୍ ବୋଲି କୁହାଯାଏ । ଏହା କାମୁଡ଼ିଲେ ଏତେ ଯନ୍ତ୍ରଣା ହୁଏ ଯାହାକି ମହୁମାଛି ଦଂଶନଠୁ ୩୦ଗୁଣା ଅଧିକ । ଏମାନଙ୍କୁ ଆର୍ମି ଆଣ୍ଟ୍ କୁହାଯିବାର ଅନ୍ୟ ଏକ କାରଣ ହେଉଛି, ଏମାନେ ସବୁବେଳେ ଦଳବଳ ହୋଇ ଚାଲୁଥାନ୍ତି । ଏକସଙ୍ଗେ ମିଶି ଏମାନେ ଶିକାର ଉପରେ ଆକ୍ରମଣ କରିଥାନ୍ତି । ଯଦି ଏହା ମଣିଷକୁ ଥରେ କାମୁଡ଼େ, ତେବେ ସପ୍ତାହେ ପର୍ଯ୍ୟନ୍ତ ଉଠିବସି ପାରିବା କଷ୍ଟକର ହୋଇପଡ଼େ । ଏମିତିକି ସମୟ ସମୟରେ ଏମାନଙ୍କ ବିଷ ଶରୀରରେ ଏଭଳି ଭାବେ ବ୍ୟାପିଯାଏ ଯେ, ୧୦-୧୫ ମିନିଟ୍ରେ ମଣିଷର ମୃତ୍ୟୁ ହୋଇଥାଏ ।


