ପିରାମଲ ଫାଉଣ୍ଡେସନ୍ ପକ୍ଷରୁ ସଚେତନତା

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା): ଗଜପତି ଜିଲ୍ଲାର ରାମଗିରି ସ୍ଥିତ ରାଜୀବଗାନ୍ଧୀ ସେବାକେନ୍ଦ୍ର ପରିସରରେ ପିରାମଲ ଫାଉଣ୍ଡେସନ୍‌ ପକ୍ଷରୁ ରାମଗିରି ଓ ଅନଘା ପଞ୍ଚାୟତର ୧୮୦ କିଶୋର କିଶୋରୀଙ୍କୁ ନେଇ ରଜ ଉପଲକ୍ଷେ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ବାଲ୍ୟବିବାହ ରୋକିବା, ବିଦ୍ୟାଳୟରୁ ଡ୍ରପ୍‌ଆଉଟ ସଂଖ୍ୟା ହ୍ରାସ କରିବା ଓ ସୁସ୍ଥ ଶରୀର ଗଠନରେ ସହାୟକ ହେବା ଥିଲା ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ | ଏଥିରେ ବ୍ଲକ ଅଧ୍ୟକ୍ଷ ଲକ୍ଷ୍ମୀନାରାୟଣ ଶବର, ପିରାମଲ ଫାଉଣ୍ଡେସନ ପ୍ରୋଗ୍ରାମ ନିର୍ଦ୍ଦେଶକ ଶଙ୍କର କ୍ରୀଷ୍ଣା ଗୋମତି, ସମନ୍ବିତ ଶିଶୁ ବିକାଶ ଅଧିକାରୀ ଲଳିତା ପୂଜାରୀ, ଚାଇଲ୍ଡ ହେଲ୍ପଲାଇନ କର୍ମୀ ଜୟ ପ୍ରକାଶ ବାଡ଼ତ୍ୟା, ବନମାଳୀ ଶବର, ସ୍ବାଦ୍ ସଂଯୋଜିକା ନିର୍ମଳା ପଟ୍ଟନାୟକ, ବୈଶାଳୀ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ। ଏହି ଅବସରରେ ଆୟୋଜିତ ବିଭିନ୍ନ ପ୍ରତିଯୋଗିତାର କୃତି ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା । ଶେଷରେ କିଶୋରୀମାନଙ୍କ ପାଇଁ ରଜଦୋଳି ଆୟୋଜିତ ହୋଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ